ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭାରତ ପାଇଁ ମନୁ ଭାକର ଦୁଇଟି ବ୍ରୋଞ୍ଜ ପଦକ ଜିତିଛନ୍ତି। ସେବେଠାରୁ ସେ ଖବର ଶିରୋନାମା ରେ ଅଛନ୍ତି। ବର୍ତ୍ତମାନ ଏକ ମିଡ଼ିଆ ସାକ୍ଷାତକାରରେ ମନୁ ସେହି କ୍ରିକେଟରଙ୍କ ନାମ ପ୍ରକାଶ କରିଛନ୍ତି ଯାହାଙ୍କ ସହ ସେ ଏକ ଘଣ୍ଟା ସମୟ ବିତାଇବାକୁ ଚାହୁଁଛନ୍ତି। ଏହା ଦ୍ବାରା ସେ ବହୁତ ଖୁସି ହେବେ ବୋଲି କହିଛନ୍ତି। ଅନ୍ତର୍ଜାତୀୟ ଆଥଲେଟଙ୍କ ମଧ୍ୟରେ, ଏହି ଯୁବ ଭାରତୀୟ ସୁଟର ଉସେନ ବୋଲ୍ଟଙ୍କୁ ଭେଟିବାକୁ ଚାହୁଁଛନ୍ତି। ସଚିନ ତେନ୍ଦୁଲକରଙ୍କ ବ୍ୟତୀତ ସେ ଭାରତୀୟ ଆଥଲେଟଙ୍କ ମଧ୍ୟରେ ଆଉ ଦୁଇ ଜଣଙ୍କ ନାମ ରଖିଛନ୍ତି।

Advertisment

ମନୁ ଭାକରଙ୍କୁ ପଚରାଯାଇଥିଲା ଯେ ତାଙ୍କର ପ୍ରିୟ ଆଥଲେଟ୍ କିଏ? ଏହାର ପ୍ରତିକ୍ରିୟାରେ ମନୁ ଭାକର କହିଥିଲେ, ମୁଁ ଏହିପରି ଅନେକ ନାମ ନେଇପାରେ। ମୁଁ ଜାମାଇକା ସ୍ପ୍ରିଣ୍ଟର୍ ଉସେନ ବୋଲ୍ଟଙ୍କ ପୁସ୍ତକ ଅନେକ ଥର ପଢ଼ିଛି ଏବଂ ତାଙ୍କର ସଫଳତାର ଯାତ୍ରା କିପରି ହୋଇଛି ସେନେଇ ମଧ୍ୟ ମୋର ଧାରଣା ରହିଛି। ମୁଁ ତାଙ୍କର ଅନେକ ସାକ୍ଷାତକାର ମଧ୍ୟ ଦେଖିସାରିଛି। 

ମନୁ ତାଙ୍କର ପ୍ରିୟ ଭାରତୀୟ ଆଥଲେଟଙ୍କ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ସଚିନ ତେନ୍ଦୁଲକର, ଏମଏସ ଧୋନି ସାର୍ ଏବଂ ବିରାଟ କୋହଲି ତାଙ୍କର ପ୍ରିୟ ଆଥଲେଟ୍ ଅଟନ୍ତି। ପ୍ୟାରିସ ଅଲିମ୍ପିକ୍ସର ବ୍ରୋଞ୍ଜ ପଦକ ବିଜେତା ମନୁ ଭାକର କହିଛନ୍ତି ଯେ ସଚିନ, ଧୋନି କିମ୍ବା ବିରାଟଙ୍କ ସହ ଏକ ଘଣ୍ଟା ବିତାଇବା ମୋ ପାଇଁ ଗୌରବର ବିଷୟ ‌ହେବ।

ଗତ ଦୁଇଟି ଅଲିମ୍ପିକ୍ସରେ ନୀରଜ ଚୋପ୍ରା ମଧ୍ୟ ଅଂଶଗ୍ରହଣ କରିଛନ୍ତି ଏବଂ ମନୁ ଭାକର ମଧ୍ୟ ତାଙ୍କର ଜଣେ ଭଲ ବନ୍ଧୁ। କିନ୍ତୁ ମନୁ ଭାକର ଜାଭେଲିନ୍ ଥ୍ରୋ ଷ୍ଟାରଙ୍କୁ ତାଙ୍କର ପ୍ରିୟ ଭାରତୀୟ ଆଥଲେଟଙ୍କ ମଧ୍ୟରେ ସ୍ଥାନ ଦେଇନାହାନ୍ତି। 

ଅଧିକ ପଢ଼ନ୍ତୁ:କ୍ରିକେଟ୍ ପରେ ଧୋନି ଏବେ ଏହି ଖେଳରେ ସାମିଲ: ଭିଡ଼ିଓ ଭାଇରାଲ

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ନୀରଜ ଏବଂ ମନୁଙ୍କର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଏହାକୁ ନେଇ ସେମାନଙ୍କ ବିବାହର ଗୁଜବ ବ୍ୟାପିବାରେ ଲାଗିଥିଲା। କିନ୍ତୁ ସାକ୍ଷାତକାରରେ ମନୁ ନୀରଜଙ୍କ ନାମ ନେଇ ନାହାନ୍ତି। ମନୁ ଭାରତରେ କ୍ରୀଡାକୁ ଏକ ନୂତନସ୍ତରକୁ ନେବାକୁ ଚାହୁଁଛନ୍ତି ବୋଲି ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଥିଲେ ମୁଁ ଚାହୁଁଛି ଅନ୍ତର୍ଜାତୀୟ ଇଭେଣ୍ଟରେ ଭାରତୀୟ ଖେଳାଳି ଯଥାସମ୍ଭବ ପଦକ ଜିତନ୍ତୁ।

ଅଧିକ ପଢ଼ନ୍ତୁ:ଇତିହାସ ରଚିଲା ବାଂଲାଦେଶ, ପ୍ରଥମ ଟେଷ୍ଟରେ ପାକିସ୍ତାନକୁ ୧୦ ଓ୍ବିକେଟରେ ହରାଇଲା