ବୁଏନସ୍ ଏୟାର୍ସ: ଶୁକ୍ରବାର ନିଜର ୬୦ତମ ଜନ୍ମଦିନ ପାଳନର ୩ ଦିନ ପରେ ଆର୍ଜେଣ୍ଟିନା ଫୁଟ୍ବଲ୍ କିଂବଦନ୍ତି ଡିଏଗୋ ମାରାଡୋନା ଅସୁସ୍ଥତା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସଂପ୍ରତି ୧୯୮୬ ବିଶ୍ବକପ୍ ବିଜେତା ଅଧିନାୟକ ମାରାଡୋନା ବୁଏନସ ଏୟାର୍ସଠୁ ୪୦ କିଲୋମିଟର ଦୂର ଲା ପ୍ଲାଟାସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସେତେଟା ଗୁରୁତର ନୁହେଁ। ଏହି ବିଷୟରେ ସେ କାହା ସହ କଥା ହେବାକୁ ଚାହୁଁ ନାହାନ୍ତି। ସପ୍ତାହେ ହେଲା ତାଙ୍କ ମାନସିକ ଅବସ୍ଥା ଭଲ ନଥିଲା, ଖାଇବାକୁ ବି ଇଚ୍ଛା କରୁ ନଥିଲେ ବୋଲି ମାରାଡୋନାଙ୍କ ଜଣେ କର୍ମଚାରୀ କହିଛନ୍ତି। ସଂପ୍ରତି ସେ ଡାକ୍ତରଖାନାରେ ଅଛନ୍ତି। ତାଙ୍କର ସମସ୍ତ ସ୍ବାସ୍ଥ୍ୟ ପରୀକ୍ଷା ଚାଲୁ ରହିଛି। ଅତିକମ୍ରେ ତିନି ଦିନ ଡାକ୍ତରମାନଙ୍କ ତତ୍ତ୍ବାବଧାନରେ ରହିବେ। କ’ଣ ହୋଇଛି ଜଣାପଡ଼ିନି ବୋଲି ମାରାଡୋନାଙ୍କ ବ୍ୟକ୍ତିଗତ ଡାକ୍ତର ଲିଓପୋଲ୍ଡୋ ଲୁକି କହିଛନ୍ତି।
ହସ୍ପିଟାଲରେ ମାରାଡୋନା
/sambad/media/post_attachments/wp-content/uploads/2020/11/maradona.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)