ନୂଆଦିଲ୍ଲୀ: ବିଶ୍ବର ସର୍ବକାଳୀନ ଶ୍ରେଷ୍ଠ ଫୁଟବଲର୍, ଆର୍ଜେଣ୍ଟିନାର କିଂବଦନ୍ତି ଖେଳାଳି ଡିଏଗୋ ମାରାଡୋନାଙ୍କ ଦେହାନ୍ତରେ ସାରା ବିଶ୍ବ ଶୋକ ପାଳନ କରୁଥିବା ବେଳେ ତାଙ୍କ ସଂପର୍କରେ ଗୁଡ଼ାଏ କଥା ଏବେ ଧୀରେ ଧୀରେ ସାମ୍ନାକୁ ଆସିଛି।
ବିଶ୍ବର ଫୁଟବଲ ପ୍ରେମୀ ମାରାଡୋନାଙ୍କୁ ‘ଫୁଟବଲ ଭଗବାନ’ ବୋଲି କହୁଥିବା ବେଳେ, ଖୋଦ୍ ମାରାଡୋନାଙ୍କ ପାଇଁ ଫୁଟବଲ ହିଁ ଥିଲା ଈଶ୍ବର ସଦୃଶ।
ମାରାଡୋନାଙ୍କଙ୍କୁ ମନେପକାଇ ଭାରତୀୟ ଫୁଟ୍ବଲ୍ ଟିମ୍ର କ୍ୟାପ୍ଟେନ୍ ଆଇଏମ୍ ବିଜୟନ ଏକ ମୁହୂର୍ତ୍ତ ବଖାଣିଛନ୍ତି ଯେଉଁଥିରୁ ମିଳୁଛି ଏହାର ପ୍ରମାଣ। ସେ କହିଛନ୍ତି କି ‘ମାରାଡୋନା ୨୦୧୨ ମସିହାରେ ଭାରତ ଆସିଥିବା ବେଳେ ତାଙ୍କୁ ଏକ କେକ୍ କାଟିବାକୁ ଦିଆଯାଇଥିଲା। କେକ୍ଟି ଫୁଟ୍ବଲ୍ ପଡ଼ିଆରେ ଫୁଟ୍ବଲ ଥୁଆ ହେବା ପରି ଡିଜାଇନରେ ଥିଲା। ମାରାଡୋନା ତାହାକୁ ଦେଖିବା ପରେ କାଟିବାକୁ ମନା କରି ଦେଇଥିଲେ। ସେଇଥିରୁ ତାଙ୍କର ଫୁଟ୍ବଲ୍ ପ୍ରତି ସମ୍ମାନ ସ୍ପଷ୍ଟ ଦେଖିବାକୁ ମିଳିଥିଲା।’
ଉଲ୍ଲେଖଯୋଗ୍ୟ, ଫିଫା ବିଶ୍ବକପ୍ରେ ଦୁଇ ଦୁଇ ଥର ବିଂଶ ଶତାବ୍ଦୀର ଶ୍ରେଷ୍ଠ ଫୁଟବଲର୍ ପୁରସ୍କାର ବିଜେତା ମହାନ୍ ମାରାଡୋନାଙ୍କ ବୁଧବାର ରାତିରେ ୬୦ ବର୍ଷ ବୟସରେ ପରଲୋକ ହୋଇ ଯାଇଛି। ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବାରୁ ଅସ୍ତ୍ରୋପଚାର ହେବାର ମାତ୍ର ଦୁଇ ସପ୍ତାହ ପରେ ହୃଦଘାତରେ ଏହି ଯଶସ୍ବୀ କ୍ରୀଡ଼ା ବ୍ୟକ୍ତିତ୍ବଙ୍କ ଜୀବନ ଦୀପ ଲିଭିଯାଇଛି। ଏହି ଖବର ସମସ୍ତ କ୍ରୀଡ଼ା ଜଗତକୁ ସ୍ତବ୍ଧ କରି ଦେଇଛି।