ଲଣ୍ଡନ: ଆର୍ଜେଣ୍ଟେନୀୟ ଫୁଟବଲ୍ କିଂବଦନ୍ତି ଡିଏଗୋ ମାରାଡୋନା ୧୯୮୬ ମସିହା ଫୁଟବଲ୍ ବିଶ୍ବକପ୍ର ଇଂଲଣ୍ଡ ବିପକ୍ଷ କ୍ବାର୍ଟର ଫାଇନାଲ୍ରେ ସୁପ୍ରସିଦ୍ଧ ‘ହ୍ୟାଣ୍ଡ୍ ଅଫ୍ ଗଡ୍’ ଗୋଲ୍ ଦେଲାବେଳେ ପିନ୍ଧିଥିବା ଜର୍ସି ୯.୩ ନିୟୁତ ପାଉଣ୍ଡ ବା ପାଖାପାଖି ୮୮ କୋଟି ଟଙ୍କାରେ ନିଲାମ ହୋଇଛି। ଏପ୍ରିଲ ୨୦ ତାରିଖରୁ ଅନ୍ଲାଇନ୍ରେ ମାରାଡୋନାଙ୍କର ଏହି ଜର୍ସି ନିଲାମ ପାଇଁ ରଖା ଯାଇଥିଲା। ୭ ଜଣ ଆଶାୟୀ କ୍ରେତା ଫୁଟବଲ୍ ଜଗତର ଏହି ସ୍ମରଣୀୟ ତଥା ମୂଲ୍ୟବାନ ଜିନିଷକୁ କିଣିବା ଲାଗି ନିଲାମ ଡାକିଥିଲେ। ଶେଷରେ ସର୍ବାଧିକ ନିଲାମ ଡାକିଥିବା ଜଣେ ଅଜଣା ବ୍ୟବସାୟୀ ଜର୍ସିଟିକୁ କିଣିଥିଲେ। ପ୍ରକୃତରେ ଏହି ଜର୍ସି ସେତେବେଳର ଇଂଲଣ୍ଡ ଦଳର ମଧ୍ୟଭାଗ ଖେଳାଳି ଥିବା ଷ୍ଟିଭ୍ ହଜ୍ଙ୍କ ପାଖରେ ଥିଲା। ଇଂଲଣ୍ଡ ସେହି ମ୍ୟାଚ୍କୁ ୧-୨ ଗୋଲ୍ରେ ହାରିବା ପରେ ମାରାଡୋନା ଓ ସେ ପରସ୍ପର ସହ ଜର୍ସି ଅଦଳ ବଦଳ କରିଥିଲେ। ନିଲାମ ହେବା ପୂର୍ବରୁ ଏହି ଜର୍ସି ଇଂଲଣ୍ଡର ମାଞ୍ଚେଷ୍ଟରରେ ଥିବା ଜାତୀୟ ଫୁଟବଲ୍ ସଂଗ୍ରହାଳୟରେ ପ୍ରଦର୍ଶିତ ହେଉଥିଲା। ହଜ୍ ମଧ୍ୟ ଏହି ଜର୍ସି ଏବଂ ୧୯୮୬ ବିଶ୍ବକପ୍ର ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚ୍ ଏବଂ ମାରାଡୋନାଙ୍କ ସହ କଟାଇଥିବା ସମୟକୁ ବର୍ଣ୍ଣନା କରି ‘ଦି ମ୍ୟାନ୍ ୱିଥ୍ ମାରାଡୋନାସ୍ ସାର୍ଟ’ ନାମରେ ଏକ ପୁସ୍ତକ ରଚନା କରିଛନ୍ତି।
ମାରାଡୋନାଙ୍କ ‘ହ୍ୟାଣ୍ଡ୍ ଅଫ୍ ଗଡ୍’ ଜର୍ସି ୮୮ କୋଟିରେ ନିଲାମ
/sambad/media/post_attachments/wp-content/uploads/2022/05/jgd4j4g65jd4gjd6545d6gdj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)