୧୯୯୪ ମସିହାରେ ଫିଫା ବିଶ୍ୱକପ୍ର ପଞ୍ଚଦଶ ସଂସ୍କରଣକୁ ସବୁଠାରୁ ଅଧିକ ସୁନ୍ଦର, ଆକର୍ଷଣୀୟ ଏବଂ ଲୋକପ୍ରିୟ କରାଇଥିଲା ଆମେରିକା। ସର୍ବାଧିକ ଦର୍ଶକ ଦେଖିଥିଲେ ଏହି ବିଶ୍ୱକପ୍କୁ। କେବଳ ଫାଇନାଲ୍ ମ୍ୟାଚ୍ ଦେଖିଥିଲେ ୯୪,୧୯୪ ଜଣ। ୧୯୭୦ ମସିହା ପରେ ବ୍ରାଜିଲ ପ୍ରଥମ ଥର ଚାମ୍ପିଅନ୍ ହୋଇଥିଲା। ଦୁଇ ତାରକା ଫରଓ୍ଵାର୍ଡ ରୋମାରିଓ ଏବଂ ବେବେଟୋ ବ୍ରାଜିଲ ବିଜୟର ହିରୋ ଥିବାବେଳେ ଫାଇନାଲରେ ଦଳ ଇଟାଲିକୁ ୩-୨ରେ ପେନାଲ୍ଟି ଗୋଲ୍ ଜରିଆରେ ହରାଇଥିଲା। ଉତ୍କଣ୍ଠାପୂର୍ଣ ଫାଇନାଲ ମ୍ୟାଚ୍ ନିୟମିତ ସମୟରେ ଗୋଲଶୂନ୍ୟ ରହିବା ପରେ ଫିଫା ବିଶ୍ୱକପ୍ ଇତିହାସରେ ପ୍ରଥମ ଥର ପେନାଲଟି ସୁଟ୍ ଆଉଟ୍ରେ ବିଜେତା କାଢ଼ିଥିଲା। ଇଟାଲୀ ଫରଓ୍ଵାର୍ଡ ରବର୍ଟ ବାଜିଓ ପେନାଲଟି ମିସ୍ କରିବା ଫୁଟ୍ବଲ ପ୍ରେମୀଙ୍କ ମନରୁ ଲିଭିନାହିଁ। ରୋମାରିଓ ଗୋଲ୍ଡେନ୍ ବଲ ଏବଂ ରୁଷିଆର ଓଲେଗ୍ ସାଲେଙ୍କୋ ଗୋଲ୍ଡେନ୍ ଜୋତା ବିଜେତା ହୋଇଥିଲେ। ସାଲେଙ୍କୋ ୪ଟିରୁ କମ୍ ମ୍ୟାଚ୍ ଖେଳି ଏହି ସମ୍ମାନ ପାଇବାରେ ଏକମାତ୍ର ଖେଳାଳି। କାମେରୁନ୍ ବିପକ୍ଷରେ ସେ ତାଙ୍କ ୬ଟି ଗୋଲରୁ ୬ଟି ଦେଇଥିଲେ। ତେବେ ପୂର୍ବ ୧୬ଟି ପ୍ରୟାସରେ ଗୋଟିଏ ବି ମ୍ୟାଚ୍ ଜିତି ନ ଥିବା ବୁଲଗେରିଆ ସେମିଫାଇନାଲକୁ ଆସିବା ଥିଲା ଆଶ୍ଚର୍ଯ୍ୟ। ଏହି ପଥରେ ସେ ଜର୍ମାନିକୁ ହରାଇବା ଥିଲା ସବୁଠାରୁ ବଡ ବିପର୍ଯ୍ୟୟ। ଆର୍ଜେଣ୍ଟିନାର ୧୯୮୬ ବିଶ୍ୱକପ୍ ବିଜୟ ନାୟକ ଡିଆଗୋ ମାରାଡୋନା ଡ୍ରଗ୍ସ ଟେଷ୍ଟରେ ଧରାପଡି ବାଦ୍ ପଡିବା ଏବଂ କଲମ୍ବିଆ ଡିଫେଣ୍ଡର ଆନ୍ଦ୍ରେସ୍ ଏସ୍କୋବର୍ଙ୍କୁ ଆମେରିକା ବିପକ୍ଷ ଆତ୍ମଘାତୀ ଗୋଲ୍ ପାଇଁ ସ୍ୱଦେଶ ପ୍ରତ୍ୟାବର୍ତନ ପରେ ହତ୍ୟା କରାଯିବା ଭଳି ଦୁଃଖଦ ଖବର ବି ଦେଇଥିଲା ଏହି ସଂସ୍କରଣ।
ବିଶ୍ୱକପ୍ ସଂଗୀତକୁ ନେଇ ପ୍ରଶଂସକ ନାରାଜ
ଲଣ୍ଡନ୍, ୨୮|୫: ଶୁକ୍ରବାର ଫିଫା ବିଶ୍ୱକପ୍ର ସଂଗୀତ ଉନ୍ମୋଚିତ ହେବା ପରେ ଏହା ପ୍ରଶଂସକଙ୍କୁ ବିଭାଜିତ କରି ଦେଇଛି। ଦ୍ରୁତ ଗତିଶୀଳ ଏହି ନୃତ୍ୟ ଭିତ୍ତିକ ସଂଗୀତର ଶୀର୍ଷକ ରହିଛି ‘ଲିଭ୍ ଇଟ୍ ଅପ୍’। ଏଥିରେ ଆମେରିକୀୟ ଅଭିନେତା ତଥା ରାପର୍ ଓ୍ଵିଲ୍ ସ୍ମିଥ୍ ମୁଖ୍ୟ ରହିଛନ୍ତି। କିନ୍ତୁ ରୁଷିଆରେ ହେଉଥିବା ବିଶ୍ୱକପ୍ରେ କାହିଁକି ଲାଟିନ୍ ଆମେରିକୀୟ ଅନୁଭବ ରଖାଯାଇଛି ବୋଲି କିଛି ପ୍ରଶଂସକ ସାମାଜିକ ଗଣମାଧ୍ୟମରେ ପ୍ରଶ୍ନ କରିଛନ୍ତି। ୨୦୧୦ରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ବିଶ୍ୱକପ୍ରେ ସକିରାଙ୍କ ସଂଗୀତ ‘ଓ୍ଵାକା ଓ୍ଵାକା’ ଚର୍ଚିତ ଥିବା ସେ ମଧ୍ୟ ତୁଳନାରେ ରଖିଛନ୍ତି। ସ୍ମିଥ୍ଙ୍କ ସହିତ ପୁଏର୍ତୋରିକୋ ଜନ୍ମିତ କଳାକାର ନିକି ଜାମ ଏବଂ ଗୀତିକାର ଏରା ଇସ୍ତ୍ରେଫିଙ୍କୁ ସୁଯୋଗ ମିଳିଛି। ଯେଉଁଠାରୁ କୌଣସି ଦେଶ ମଧ୍ୟ ଏଥର ବିଶ୍ୱକପ୍ ଖେଳୁନାହାନ୍ତି। ସଂଗୀତରେ ମଧ୍ୟ ବିଶ୍ୱକପ୍ର ରିଙ୍ଗ୍ ନାହିଁ। ଆମେ ଗୋଟିଏ ମାତ୍ର ଜୀବନ ପାଇଥିବାରୁ ଏହାକୁ ମସ୍ତିରେ ଜୀଇବା ଆବଶ୍ୟକ ବୋଲି ବାର୍ତାରେ ରଖାଯାଇଛି। ଜୁଲାଇ ୧୫ ଫାଇନାଲ୍ ପୂର୍ବରୁ ଏହି ସଂଗୀତ ପରିବେଷଣ କରାଯିବ। ଏଭଳି ସୁଯୋଗ ପାଇଥିବାରୁ ସ୍ମିଥ୍ କିନ୍ତୁ ନିଜକୁ ଗର୍ବିତ ମନେ କରିଛନ୍ତି। ସମଗ୍ର ବିଶ୍ୱ ସେଦିନ ନାଚିଉଠୁ ବୋଲି ଆମେ ଆଶା ରଖିଛୁ ବୋଲି ସେ କହିଛନ୍ତି।
ମାରାଡୋନାଙ୍କୁ ଡ୍ରଗ୍ସ, ଏକ୍ସୋବରଙ୍କୁ ହତ୍ୟା
/sambad/media/post_attachments/wp-content/uploads/2018/05/1200px-1994_FIFA_World_Cup.svg.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)