ଲକ୍ଷ୍ନୌ : ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଦ୍ରୁତ ବୋଲର ମାର୍କ ଉଡ୍ ଇଂଲଣ୍ଡ ଫେରିଯାଇଛନ୍ତି। ଦ୍ବିତୀୟ ସନ୍ତାନ ଜନ୍ମ ହୋଇଥିବାରୁ ସେ ତାଙ୍କ ପତ୍ନୀଙ୍କ ସହିତ ସମୟ ବିତାଇବାକୁ ସ୍ବଦେଶ ଫେରିଯାଇଥିବା ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି। ଉଡ୍ କହିଛନ୍ତି ଯେ, ଆଇପିଏଲ୍ ଅଧାରୁ ଘରକୁ ଫେରୁଥିବାରୁ ସେ ଦୁଃଖିତ। କିନ୍ତୁ ଏକ ଭଲ କାରଣ ପାଇଁ ସ୍ବଦେଶ ଯାଉଛନ୍ତି। ଖୁବ୍ଶୀଘ୍ର ଖେଳିବାକୁ ସେ ଫେରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଲକ୍ଷ୍ନୌ ପାଇଁ ଅଧିକ ମ୍ୟାଚ୍ ଖେଳିନଥିଲେ ବି ୪ ମ୍ୟାଚ୍ରୁ ଭଲ ୱିକେଟ୍ ବାହାର କରିବାରେ ସଫଳ ହୋଇଥିବା ସେ କହିଛନ୍ତି। ଚଳିତ ଆଇପିଏଲ୍ରେ ଉଡ୍ ୧୧ ୱିକେଟ୍ ନେଇଛନ୍ତି। ଦିଲ୍ଲୀ ବିପକ୍ଷ ପ୍ରଥମ ମ୍ୟାଚ୍ରେ ସେ ୧୪ ରନ୍ ବିନିମୟରେ ୫ ୱିକେଟ୍ ଅକ୍ତିଆର କରି ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ।
ସ୍ବଦେଶ ଫେରିଗଲେ ମାର୍କ ଉଡ୍
/sambad/media/post_attachments/wp-content/uploads/2023/05/mark-wood.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)