ହୃଦୟସ୍ପର୍ଶୀ ଦୃଶ୍ୟ: ଖେଳ ଚାଲିଥିବା ବେଳେ ପଡ଼ିଆ ମଝିରେ ହାର୍ଦ୍ଦିକଙ୍କ ଜୋତା ଫିତା ବାନ୍ଧିଲେ ଅଷ୍ଟ୍ରେଲିଆର କ୍ରିକେଟର

ବିଶାଖାପାଟଣା: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ରବିବାର ଦ୍ବିତୀୟ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌ ଖେଳା ଯାଇଥିଲା। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଡ. ୱାଇଏସ୍‌ ରାଜଶେଖର ରେଡ୍ଡୀ ଷ୍ଟାଡିୟମ୍‌ରେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥ ଟସ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୧୬ ଓଭରରେ ୧୧୭ ରନରେ ଅଲଆଉଟ୍‌ ହୋଇଥିଲା।

ଏହି ଖେଳ ଚାଲିଥିବା ବେଳେ ପଡ଼ିଆ  ମଝିରେ ଏକ ଦୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଥିଲା। ଅଷ୍ଟ୍ରେଲିଆର ବ୍ୟାଟସ ମ୍ୟାନ ମାର୍ନସ ଲବୁସେନ ଦ୍ବିତୀୟ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌ରେ ବ୍ୟାଟିଂ କରୁଥିବା ଭାରତ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜେତାର ଫିତା ବାନ୍ଧୁଥିବା ଦେଖିବାକୁ ମିଳିଥିଲା।

ଏହି ହୃଦୟସ୍ପର୍ଶୀ ଭିଡିଓ ଓ ଫଟୋକୁ ଟୁଇଟରରେ ସେୟାର କରି ଲେଖାହୋଇଛି #୩୩। ଏହି ଘଟଣାକୁ ନେଇ କ୍ରିକେଟ ପ୍ରେମୀ ଲବୁସେନଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି। ଏଥିସହିତ ଲେଖିଛନ୍ତି ହାର୍ଦ୍ଦିକ ଓ ଲବୁସେନଙ୍କ ଜର୍ସିର ନମ୍ବର ୩୩ ରହିଛି।

 

ଏହି କ୍ରମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ରବିବାର ଦ୍ବିତୀୟ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବା ବେଳେ ପଡ଼ିଆରେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥଙ୍କ ଫିଲଣ୍ଡିଂ ଜାଦୁ ଦେଖିବାକୁ ମିଳିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ବେଟିଂ କରିଥିବା ବେଳେ ଷ୍ଟିଭ ସ୍ମିଥ ପବନରେ ଉଡ଼ି କ୍ୟାଚ ଧରିଥିଲେ। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥି‌ଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ତାହା ଭାଇରାଲ ହୋଇଯାଇଛି।

ସମ୍ବନ୍ଧିତ ଖବର