ମେଲବର୍ନ: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍ ଲିଗ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଛାଡ଼ିବାକୁ ଅଷ୍ଟ୍ରେଲୀୟ ଅଲ୍ରାଉଣ୍ଡର୍ ମିଚେଲ୍ ମାର୍ସ ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ଏପ୍ରିଲରେଏହି ଲିଗ୍ ଆରମ୍ଭ ହେବାକୁଥିବା ବେଳେ ଟେଷ୍ଟ୍ କ୍ରିକେଟ୍ରେ ଗୁରୁତ୍ୱ ଦେବାକୁ ସେ ଏପରି ନିଷ୍ପତ୍ତି ନେଇଥିବା ସୋମବାର ସଡ୍ନିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ୨୬ ବର୍ଷୀୟ ମାର୍ସ ଗତ ବର୍ଷ ୪.୮ କୋଟି ଟଙ୍କାରେ ରାଇଜିଂ ପୁନେ ସୁପରଜିଆଣ୍ଟ୍ ସହ ଅନୁବନ୍ଧିତ ହୋଇଥିଲେ। କିନ୍ତୁ ଚଳିତ ବର୍ଷ ଆଇପିଏଲ୍ରେ ଛାଡ଼ି ଟେଷ୍ଟ୍ ଦକ୍ଷତାକୁ ଆହୁରି ଶାଣିତ କରିବା ଲାଗି ଅଷ୍ଟ୍ରେଲିଆ ଦଳର ପୂର୍ବତନ ବ୍ୟାଟିଂ ପ୍ରଶିକ୍ଷକ ମିଚେଲ ଦି ଭେଣ୍ଟୋଙ୍କ ତତ୍ୱବଧାନରେ ମିଚେଲ ସସେକ୍ସ ପକ୍ଷରୁ କାଉଣ୍ଟି କ୍ରିକେଟ୍ ଖେଳିବେ ବୋଲି ସୂଚନା ଦେଇଛନ୍ତି। ଆଇପିଏଲ୍ରେ ଖେଳିଲେ ଅଧିକ ଟଙ୍କା ମିଳିବା ସହ ଭାରତରେ ଖେଳିବାର ଅଭିଜ୍ଞତା ମିଳିଥାଏ। କିନ୍ତୁ ମୁଁ ଟେଷ୍ଟ୍ କ୍ରିକେଟ୍ ଉପରେ ବେଶୀ ଗୁରୁତ୍ୱ ଦେବାକୁ ଚାହୁଁଛି ବୋଲି ସେ ପ୍ରକାଶ କରିଛନ୍ତି।
ଆଇପିଏଲ୍ ଛାଡ଼ିବେ ମାର୍ସ
/sambad/media/post_attachments/wp-content/uploads/2018/01/marsh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)