ମେରିକମଙ୍କୁ ପଦ୍ମବିଭୂଷଣ, ସିନ୍ଧୁଙ୍କୁ ପଦ୍ମଭୂଷଣ

ନୂ୍ଆଦିଲ୍ଲୀ: କେନ୍ଦ୍ର ସରକାର ଶନିବାର ପଦ୍ମପୁରସ୍କାର ଘୋଷଣା କରିଛନ୍ତି। କିଂବଦନ୍ତି ମହିଳା ମୁଷ୍ଟିଯୋଦ୍ଧା ଏମ୍‌ସି ମେରିକମ୍ ଦେଶର ଦ୍ବିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣ ପାଇଁ ମନୋନୀତ ହୋଇଥିଲା ବେଳେ ବ୍ୟାଡ୍‌ମିଣ୍ଟନ୍ ତାରକା ପିଭି ସିନ୍ଧୁ ପଦ୍ମଭୂଷଣ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହିଭଳି ପଦ୍ମଶ୍ରୀ ପୁରସ୍କାର ଲାଭ କରିଥିବା ୧୧୮ ଜଣ ଭାରତୀୟଙ୍କ ମଧ୍ୟରେ ୬ ଜଣ ଖେଳାଳି ଅଛନ୍ତି। ସେମାନେ ହେଲେ କ୍ରିକେଟର ଜାହିର ଖାନ୍ (ମହାରାଷ୍ଟ୍ର), ହକି ତାରକା ରାଣୀ ରାମପାଲ (ହରିଆଣା), ତୀରନ୍ଦାଜ ତରୁଣଦୀପ ରାଏ (ସିକିମ), ବନ୍ଧୁକଚାଳକ ଜିତୁ ରାଏ (ସିକିମ), ପୂର୍ବତନ ହକି ଖେଳାଳି ଏମପି ଗଣେଶ (କର୍ଣ୍ଣାଟକ) ଓ ଓଇନମ ବେମବେମ ଦେବୀ ।

ସମ୍ବନ୍ଧିତ ଖବର