ଆଇଓଏ ଆଥ୍‌ଲେଟ୍ସ କମିସନ୍‌ ଅଧ୍ୟକ୍ଷ ହେଲେ ମେରି କମ୍‌

ନୂଆଦିଲ୍ଲୀ: ବିଶ୍ବ ମହିଳା ବକ୍ସିଂରେ ୬ ଥରର ବିଜେତା ତଥା ଅଲିମ୍ପିକ୍‌ ପଦକଧାରୀ ଏମ୍‌ସି ମେରି କମ୍‌ ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ)ର ଆଥ୍‌ଲେଟ୍ସ କମିସନ୍‌ର ଅଧ୍ୟକ୍ଷ ଓ ଟେବୁଲ୍‌ ଟେନିସ୍‌ ତାରକା ଶରତ କମଲ ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ଆଇଓଏର କାର୍ଯ୍ୟନିର୍ବାହୀ ପରିଷଦକୁ ଅଲମ୍ପିଆନ୍‌ ପିଭି ସିନ୍ଧୁ ଓ ଗଗନ ନାରଙ୍ଗଙ୍କ ନାମକୁ ଆଥ୍‌ଲେଟ୍ସ କମିସନ୍‌ ପଠାଇଛି। ଆଇଓଏର ସାଧାରଣ ପରିଷଦ ନିର୍ବାଚନ ପାଇଁ ୮ ଜଣ ଭୋଟର୍‌ଙ୍କ ନାମ ବାଛିବା ଦାୟିତ୍ବ ଏହି କମିସନ୍‌ ଉପରେ ରହିଛି। ମେରିଟ୍‌ ଆଧାରରେ ୮ ଜଣ କ୍ରୀଡ଼ାବିତ୍‌ଙ୍କୁ ଚୟନ କରାଯିବ। ସଂପୃକ୍ତ କ୍ରୀଡ଼ାବିତ୍‌ ଖେଳରୁ ଅବସର ନେଇସାରିଥିବେ ଏବଂ ଅଲିମ୍ପିକ୍‌, ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତିଥିବା ଆବଶ୍ୟକ ବୋଲି ସର୍ତ୍ତ ରଖାଯାଇଛି।

ସମ୍ବନ୍ଧିତ ଖବର