ହୋ ଚି ମିନ୍‌ ସିଟି: ବିଶ୍ୱ ଚମ୍ପିଅନ ଭାରତର ମହିଳା ବକ୍ସର ଏମ୍‌ସି ମ୍ୟାରି କମ୍‌ ୫ମ ଥର ପାଇଁ ଏସିଆନ୍‌ ଚମ୍ପିଅନସିପ୍‌ରେ ବୁଧବାର ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏସିଆନ୍‌ ଚମ୍ପିଅନସିପ୍‌ ଟୁର୍ଣ୍ଣାମେଣ୍ଟରେ ୪୮ କିଲୋ ବର୍ଗ ଫାଇନାଲରେ ସେ ଉତ୍ତର କୋରିଆର କିମ ହୟାଙ୍ଗକୁ ଏକତରଫା ଫାଇଟ୍‌ରେ ପରାସ୍ତ କରିଛନ୍ତି। ମ୍ୟାରି କମ୍‌ ଜାପାନର ସୁବାସା କୋମୁରାଙ୍କୁ ମଙ୍ଗଳବାର ୫-୦ରେ ପରାସ୍ତ କରି ଫାଇନାଲରେ ପହଞ୍ଚି ଥିଲେ।

Advertisment

ଏଥି ସହିତ ଲଣ୍ଡନ ଅଲମ୍ପିକ କାଂସ୍ୟ ପଦକ ବିଜୟିନୀ ମେରି କମ୍‌ ଏସିଆନ୍‌ ଚମ୍ପିୟନସିପରେ ନିଜର ୫ମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ୩୫ ବର୍ଷୀୟ ମେରି କମ୍‌ ୨୦୦୩, ୨୦୦୫, ୨୦୧୦ ଓ ୨୦୧୨ରେ ସ୍ୱର୍ଣ୍ଣ ପଦକ ବିଜୟ କରିଥିବା ବେଳେ ୨୦୦୮ରେ ରୌପ୍ୟ ପଦକ ଜିତି ଥିଲେ।