ମସାବା-ଭିଭି ମହାମିଳନ

ନୂଆଦିଲ୍ଲୀ: ୮୦ ଦଶକରେ େଓ୍ଵଷ୍ଟଇଣ୍ଡିଜ୍‌ର ମହାନ କ୍ରିକେଟର ଭିଭିଆନ୍‌ ରିଚାର୍ଡସ ଏବଂ ଭାରତୀୟ ଅଭିନେତ୍ରୀ ନିନା ଗୁପ୍ତାଙ୍କ ପ୍ରେମ ସଂପର୍କ ବେଶ୍‌ ଚର୍ଚିତ ହୋଇଥିଲା। ଉଭୟ ବିବାହ କରି ନଥିଲେ। ହେଲେ ଏହି କ୍ରିକେଟର-ଅଭିନେତ୍ରୀ ପ୍ରମ କାହାଣୀର ସନ୍ତକ ଭାବେ ନିନାଙ୍କ ଗର୍ଭରୁ ଝିଅ ମସାବା ୧୯୮୯ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ଭିଭି କିନ୍ତୁ େଓ୍ଵଷ୍ଟଇଣ୍ଡିଜ୍‌ ଫେରି ପୁଣି ଥରେ ନୂଆ କରି ଘର ସଂସାର କରିଥିଲେ। ନିନା ମଧ୍ୟ ଚାଟାର୍ଡ ଆକାଉଟାଣ୍ଟ ବିବେକ ମେହେରାଙ୍କୁ ବିବାହ କରି ନେଇଥିଲେ। ସମୟ ଗଡ଼ିବା ସହ ମସାବା ଜଣେ ଡ୍ରେସ୍‌ ଡିଜାଇନର ଭାବେ ନିଜକୁ ପ୍ରତିଷ୍ଠିତ କରିବା ସହ ଫାଣ୍ଟମ୍‌ ଫିଲ୍ମର ମାଲିକ ମଧୁ ମଣ୍ଟାନାଙ୍କୁ ବିବାହ କରି ନିଜେ ଘର ସାଂସାର ଆରମ୍ଭ କରି ସାରିଲେଣି। ହେଲେ ପିତା ରିଚାର୍ଡଙ୍କ ସମୟ ବିତାଇବାର କ୍ୱେଚିତ ସୁଯୋଗ ତାଙ୍କୁ ମିଳେ। ବୁଧବାର ରିଚାର୍ଡସ ତାଙ୍କ ୬୬ତମ ଜନ୍ମ ଦିବସ ପାଳନ କରିଥିଲେ। ଏହି ଅବସରରେ ମସାବା ଏବଂ ନିନା ତାଙ୍କୁ ଭେଟିବା ସହ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ। ପିତାଙ୍କ ସହ ଦୀର୍ଘ ଦିନରେ ପରେ ମିଶି ମସାବା ବେଶ୍‌ ଖୁସି ଥିଲେ। ନିଜ ଭାବନାକୁ ସେ ନିଜ ଟ୍ଵିଟରରେ ବର୍ଣ୍ଣନା କରିଥିଲେ। ତା’ ସହ ନିନା, ରିଚାର୍ଡସ ଏବଂ ତାଙ୍କ ନୂଆ ପତ୍ନୀ ମିରିଆମଙ୍କ ସହ ଉଠାଇଥିବା ଫଟୋ ବି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର