କାଜାନ: ମସ୍କୋ ବିଶ୍ୱକପ୍ର ପ୍ରି-କ୍ୱାର୍ଟରରେ ଫ୍ରାନ୍ସଠାରୁ ପରାଜିତ ହେବା ପରେ ଆର୍ଜେଣ୍ଟିନା ମଧ୍ୟଭାଗ ଖେଳାଳି ଜାଭିଅର ଜାସ୍କେରାନୋ ଅନ୍ତର୍ଜାତୀୟ ଫୁଟବଲ୍ରୁ ଅବସର ଘୋଷଣା କରିଛନ୍ତି। ଶନିବାର ରୁଷିଆଠାରୁ ପରାଜିତ ହେବାର କିଛି ଘଣ୍ଟା ଭିତରେ ହିଁ ହତାଶ ମାସ୍କେରାନୋ ଏହି ଘୋଷଣା କରିଥିଲେ। ବାର୍ସେଲୋନା ଏବଂ ଲିଭରପୁଲରୁ ଖେଳିସାରିଥିବା ମାସ୍କେରାନୋ ଫ୍ରାନ୍ସ ବିପକ୍ଷ ରୋମାଞ୍ଚକର ଲଢ଼େଇରେ ପୂରା ୯୦ ମିିନିଟ୍ ଖେଳିଥିଲେ। ଯାହା ତାଙ୍କର ୧୪୭ତମ ଅନ୍ତର୍ଜାତୀୟ ମ୍ୟାଚ୍ ଥିଲା। ଏହି ୩୪ ବର୍ଷୀୟ ଖେଳାଳି ଆର୍ଜେଣ୍ଟିନା ପକ୍ଷରୁ ଚାରିଟି ବିଶ୍ୱକପ୍ ଖେଳିଛନ୍ତି। ହେଲେ କୌଣସି ବଡ଼ ପ୍ରତିଯୋଗିତାରେ ଆର୍ଜେଣ୍ଟିନାକୁ ବିଜୟୀ କରାଇ ପାରି ନାହାନ୍ତି। ଆର୍ଜେଣ୍ଟିନାର ସଂରକ୍ଷିତ ମଧ୍ୟଭାଗ ଖେଳାଳି ଲୁକାସ ବିଗିଲା ମଧ୍ୟ ତାଙ୍କ ଅନ୍ତର୍ଜାତୀୟ ଖେଳ ଜୀବନ ଶେଷ କରିଛନ୍ତି। ବିଗିଲା ଆର୍ଜେଣ୍ଟିନା ପକ୍ଷରୁ ୫୭ ମ୍ୟାଚ୍ ଖେଳିଛନ୍ତି। ୨୦୧୧ରେ ଆର୍ଜେଣ୍ଟିନା ପକ୍ଷରୁ ପ୍ରଥମ ମ୍ୟାଚ୍ ଖେଳିଥିବା ବିଗିଲା ଗୋଟିଏ ଗୋଲ୍ କରିଛନ୍ତି।
ମାସ୍କେରାନୋଙ୍କ ଅବସର
/sambad/media/post_attachments/wp-content/uploads/2018/07/Mascherano.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)