ବିଶ୍ୱକପ କ୍ରିକେଟ : ପୁଣି ବର୍ଷା ! ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ ମ୍ୟାଚ ବିଳମ୍ବିତ

ବର୍ମିହାମ : ବର୍ମିହାମର ଏଜବେଷ୍ଟନଠାରେ ଆଦି ବିଶ୍ୱକପ କ୍ରିକେଟ ୨୦୧୯ର ୨୫ ତମ ମ୍ୟାଚ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ତେବେ ପୂର୍ବାହ୍ଣରେ ହୋଇଥିବା ବର୍ଷା ଯୋଗୁଁ ଆଉଟଫିଲଡ ଓଦା ଥିବାରୁ ଟସ ପଡିବାରେ ବିଳମ୍ବ ହୋଇଛି । ଅବଶ୍ୟ ଏବେ ବର୍ଷା ଛାଡିଯାଇଥିବାରୁ ପଡିଆର ଆବରଣକୁ ହଟାଇନିଆଯାଇଛି ଓ ଷ୍ଟମ୍ପ ପୁଣି ପୋତାଯାଇଛି । ଏହା ଫଳରେ ଖୁବ ଶୀଘ୍ର ଟସ ପଡିବାର ଆଶା କରାଯାଉଛି ।
ଚଳିତ ବିଶ୍ୱକପରେ ନ୍ୟୁଜିଲାଣ୍ଡ ଦଳ ଉତ୍ତମ ପ୍ରଦର୍ଶନ କରି ୭ ପଏଣ୍ଟ ସହ ପଏଣ୍ଟ ଟେବୁଲର ୩ ନମ୍ବର ସ୍ଥାନରେ ରହିଛି । କ୍ୱିଓ୍ଵିଦଳ ଏପର୍ଯ୍ୟନ୍ତ ୪ଟି ମ୍ୟାଚ ଖେଳି ୩ଟିରେ ବିଜୟ ହାସଲ କରିଛି ଓ ଭାରତ ବିପକ୍ଷ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ଏଣୁ ନ୍ୟୁଜିଲାଣ୍ଡ ଦଳ ଏପର୍ଯ୍ୟନ୍ତ କୌଣସି ମ୍ୟାଚରେ ହାରିନାହିଁ । ଅନ୍ୟପକ୍ଷରେ ବିଶ୍ୱ କ୍ରିକେଟର ଅନ୍ୟତମ ଶକ୍ତିଶାଳୀ ଦଳ ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ୱକପରେ ଏପର୍ଯ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଏହି ଦଳ ଏପର୍ଯ୍ୟନ୍ତ ୫ଟି ମ୍ୟାଚ ଖେଳି ୩ଟି ମ୍ୟାଚରେ ପରାଜିତ ହୋଇଥିବାବେଳେ କେବଳ ଆଫଗାନିସ୍ତାନ ମ୍ୟାଚରେ ବିଜୟ ହାସଲ କରିଛି । ଦକ୍ଷିଣ ଆଫ୍ରିକା ଦଳ ଏପର୍ଯ୍ୟନ୍ତ ମାତ୍ର ୩ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ୮ମ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର