ଦୁବାଇ: ମ୍ୟାଚ୍ ଫିକ୍ସଂ ଅଭିଯୋଗ ଭିତ୍ତିରେ ଜିମ୍ବାେଓ୍ଵର ଜଣେ ଘରୋଇ କ୍ରିକେଟ୍ ଅଧିକାରୀଙ୍କୁ ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ) ୨୦ ବର୍ଷ ପାଇଁ ନିଲମ୍ବିତ କରିଛି। ଏହି ଅଧିକାରୀ ଜଣକ ହେଲେ ରାଜନ୍ ନାୟାର। ସେ ହରାରେ ମେଟ୍ରୋପଲିଟାନ୍ କ୍ରିକେଟ୍ର ବ୍ୟବସାୟିକ ନିର୍ଦେଶକ ତଥା କୋଷାଧ୍ୟକ୍ଷ ଅଛନ୍ତି। ଗତବର୍ଷ ଅକ୍ଟୋବରରେ ଏକ ମ୍ୟାଚ୍ ବେଳେ ରାଜନ୍ ଜିମ୍ବାେଓ୍ଵ ଦଳର ଅଧିନାୟକ ଗ୍ରେମ୍ କ୍ରେମରଙ୍କୁ ୩୦ ହଜାର ଡଲାର ରାଶିର ଲାଞ୍ଚ ଯାଚିଥିବା ଅଭିଯୋଗ ହୋଇଥିଲା। ସିଧାସଳଖ ଭାବେ ସେ କ୍ରେମର୍ଙ୍କୁ ଲାଞ୍ଚ ଯାଚି ମ୍ୟାଚ୍ ଫିକ୍ସିଂ ପାଇଁ ପ୍ରୟାସ କରିଥିବା ଆଇସିସି କହିଛି। ତେବେ ଏଭଳି କଳଙ୍କିତ ଘଟଣାକୁ ଲୋକଲୋଚନକୁ ଆଣିବା ସାଙ୍ଗକୁ ସମଗ୍ର ପ୍ରକ୍ରିୟାରେ ସହଯୋଗ କରିଥିବାରୁ କ୍ରେମର୍ଙ୍କୁ ଆଇସିସି ଦୁର୍ନୀତି ନିବାରଣ ସଂସ୍ଥା (ଏସିୟୁ)ର ମହାପ୍ରବନ୍ଧକ ଆଲେକ୍ସ ମାର୍ସାଲ ଅଭିନନ୍ଦନ ଜଣାଇଛନ୍ତି। ଏଥି ସହିତ ୨୦ ବର୍ଷ ପାଇଁ ସମସ୍ତ କ୍ରିକେଟ୍ ସଂପର୍କିତ କାର୍ଯ୍ୟକଳାପରୁ ଦୂରେଇ ରହିବାକୁ ରାଜନ୍ଙ୍କୁ ଆଇଓସି ନିର୍ଦେଶ ଦେଇଛି। ଏହି ନିଲମ୍ବନ ପିଛିଲା ତାରିଖ ଭାବେ ଚଳିତ ବର୍ଷ ଜାନୁଆରି ୧୬ ତାରିଖରୁ କାର୍ଯ୍ୟକାରୀ ହେବ ବୋଲି ଆଇସିସି ସ୍ପଷ୍ଟ କରିଦେଇଛି।
ମ୍ୟାଚ୍ ଫିକ୍ସିଂ ଅଭିଯୋଗ:ଜିମ୍ବାେଓ୍ଵ ଅଧିକାରୀ ୨୦ ବର୍ଷ ନିଲମ୍ବିତ
/sambad/media/post_attachments/wp-content/uploads/2018/03/cricketstumpscropped_17q224x73taln1idz2dqafuncw.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)