ହତ୍ୟାଠାରୁ ମ୍ୟାଚ୍‌ ଫିକ୍ସିଂ ବଡ଼ ଅପରାଧ: ଧୋନି

ମୋହାଲି: ଆପିଏଲ୍‌-୧୨ର ଆଗମନ ପୂର୍ବରୁ ଚେନ୍ନାଇ ସୁପର୍ କିଙ୍ଗ୍‌ସ (ସିଏସ୍‌କେ)ର ନୂଆ ପ୍ରାମାଣିକ ପାଦକୁ ଆସିଛି। ସଫଳତମ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏହି ଅବସରରେ କହିଛନ୍ତି ହତ୍ୟାଠାରୁ ବି ମ୍ୟାଚ୍‌ ଫିକ୍ସିଂ ବଡ଼ ଅପରାଧ। ଖୁବ୍ ଶୀଘ୍ର ‌ଉନ୍ମୋଚିତ ହେବାକୁ ଯାଉଥିବା ଏହି ପ୍ରାମାଣିକରେ ଧୋନି ସିଏସ୍‌କେର ୨ ବର୍ଷର ନିଲମ୍ବନ ଅବଧିକୁ ‘ସବୁଠୁ କଠୋର ସମୟ’ ବୋଲି ଭାବବିହ୍ବଳ ସ୍ବରରେ ଅଭିହିତ କରିଛନ୍ତି। ସିଏସ୍‌କେକୁ ମ୍ୟାଚ୍‌ ଫିକ୍ସିଂ ଅ‌ଭିଯୋଗରେ ଦଣ୍ଡିତ ହେବାକୁ ପଡ଼ିଥିଲା। ଦଳ ସମ୍ପୃକ୍ତ ଥିବାରୁ ମୁଁ ଅଭିଯୁକ୍ତ ବି ହୋଇଥିଲି। ଏହା ସବୁଠାରୁ କଷ୍ଟକର ସମୟ ଥିଲା ବୋଲି ୨୦୧୫ ମସିହାରେ ୨ ବର୍ଷ ପାଇଁ ନିଲମ୍ବିତ ସିଏସ୍‌କେକୁ ପ୍ରତ୍ୟାବର୍ତନରେ ୨୦୧୮ରେ ପୁଣି ବିଜେତା କରାଇଥିବା ଧୋନି ପ୍ରକାଶ କରିଛନ୍ତି। ପ୍ରଶଂସକମାନେ ଅନୁଭବ କରିଥିଲେ ଦଣ୍ଡ ମାତ୍ରାଧିକ ଥିଲା। ପ୍ରତ୍ୟାବର୍ତନ କିନ୍ତୁ ଭାବପୂର୍ଣ୍ଣ ଥିଲା, ସବୁବେଳେ ମୁଁ କହି ଆସିଛି ‘ଯାହା ତୁମକୁ ହତ୍ୟା କରିପାରିବ ନାହିଁ, ତାହା ନିଶ୍ଚିତ ତୁମକୁ ଶକ୍ତିଶାଳୀ କରିଦେବ। ଏହି ପ୍ରାମାଣିକରେ ସୁରେଶ ରାଇନା, ରବୀନ୍ଦ୍ର ଜାଦେଜାଙ୍କ ସହ ଅନ୍ୟ ପ୍ରମୁଖ ଖେଳାଳିମାନେ ବି ରହିଛନ୍ତି। ପ୍ରତ୍ୟାବର୍ତନରେ ଧୋନି କେବଳ ସିଏସ୍‌କେକୁ ତୃତୀୟ ଥର ବିଜେତା କରାଇ ନଥିଲେ, ବ୍ୟକ୍ତିଗତ ଭାବେ ୧୬ ମ୍ୟାଚ୍‌ରୁ ୭୫.୮୩ ହାରରେ ୪୫୫ ରନ୍ ବି କରିଥିଲେ। ସୂଚନାଯୋଗ୍ୟ, ମ୍ୟାଚ୍‌ ଫିକ୍ସିଂ ଅଭିଯୋଗରେ ଲୋଧା ସମିତି ପୁପାରିସ୍ କ୍ରମେ ଉଚ୍ଚତମ ନ୍ୟାୟାଳୟ ଚେନ୍ନାଇ ସୁପର୍ କିଙ୍ଗ୍ସ ଏବଂ ରାଜସ୍ଥାନ ରାୟାଲ୍ସକୁ ୨ ବର୍ଷ ପାଇଁ ନିଲମ୍ବିତ କରିଥି‌େଲ। ଚଳିତ ବର୍ଷ ଉଦ୍‌ଘାଟନୀ ମ୍ୟାଚ୍‌ରେ ମାର୍ଚ ୨୩ରେ ବିରାଟ କୋହଲିଙ୍କ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟି ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସ ଅଭିଯାନ ଆରମ୍ଭ କରିବାକୁ ଯାଉଛି।

ସମ୍ବନ୍ଧିତ ଖବର