ବିଜୟ ଏତେ ସହଜ ନଥିଲା: ମଧୁରିକା

କଟକ: ଯଦିଓ ଆମେ ସମସ୍ତ ମ୍ୟାଚ୍‌କୁ ଭଲ ବ୍ୟବଧାନରେ ଜିତିଛୁ, କିନ୍ତୁ ସେମାନକୁ ହରାଇବା ଏତେ ସହଜ ନଥିଲା। ତେଣୁ କୌଣସି ମ୍ୟାଚ୍‌କୁ ଆମେ ହାଲ୍‌କା ଭାବେ ନେବା ପରିବର୍ତ୍ତେ ଆରମ୍ଭରୁ ଆକ୍ରମଣ କରି ଖେଳିଆସିଥିଲୁ ବୋଲି ସେମି ଫାଇନାଲ୍‌ରେ ପହଞ୍ଚିବା ପରେ ଭାରତୀୟ ମହିଳା ଦଳର ସଦସ୍ୟା ମଧୁରିକା ପାଟକର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। କିନ୍ତୁ ମାଲେସିଆ ବିପକ୍ଷରେ ଖେଳିବା ବେଳେ ତାଙ୍କୁ ମିଳିଥିବା କଷ୍ଟ ସାଧ୍ୟ ବିଜୟ ଉପରେ ସେ କହିଛନ୍ତି ଯେ ବିପକ୍ଷ ଖେଳାଳି ଡିଫେନ୍ସ ଖେଳୁଥିଲେ। ଆମ ଦଳରେ କେହି ବି ଡିଫେନ୍ସ ଖେଳାଳି ନାହାନ୍ତି। ତେଣୁ ଏହା ତାଙ୍କୁ ଫାଇଦା ଦେଉଥିଲା। ଯେଉଁ ଦୁଇଟି ସେଟ୍‌ରେ ପରାଜିତ ହେଲି, ସେଥିରେ ତରବରିଆ ଭାବେ ଗେମ୍‌ ଶେଷ କରିବାକୁ ଚାହିଁବାରୁ ଏଭଳି ସ୍ଥିତି ହେଲା। କିନ୍ତୁ ନିର୍ଣ୍ଣାୟକ ସେଟ୍‌ରେ ଆରାମରେ ଖେଳିବାକୁ ରଣନୀତି କରିଥିଲି ଏବ˚ ଶେଷ ସଟ୍‌ ବେଳକୁ ଆକ୍ରମଣ କରିବା ଯୋଜନା ଥିଲା। ସେହି ଅନୁଯାୟୀ ଖେଳିବାରୁ ମ୍ୟାଚ୍‌ ଜିତିବାରେ ସୁବିଧା ହୋଇଥିଲା। ମୋଟାମୋଟି ଭାବେ ଦ୍ବିତୀୟ ପର୍ଯ୍ୟାୟରେ ଆମେ ଦଳଗତ ମନୋଭାବରେ ଖେଳିଛୁ। ଯେଉଁଥିପାଇଁ ଭାରତ ସେମି ଫାଇନାଲରେ ପ୍ରବେଶ କରିଛି। ଏହାଦ୍ବାରା ଆମର ଆତ୍ମବିଶ୍ବାସ ମଧ୍ୟ ବଢିଛି। ବିଜେତା ହେବା ପାଇଁ ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରିବା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ମଧୁରିକା କହିଛନ୍ତି।

ସମ୍ବନ୍ଧିତ ଖବର