କଲମ୍ବୋ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ର ସୁପର-୮ ପର୍ଯ୍ୟାୟ ପୂର୍ବରୁ ସହଆୟୋଜକ ଶ୍ରୀଲଙ୍କାକୁ ଲାଗିଛି ଜବରଦସ୍ତ ଝଟକା। ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଲିଗ୍ ମ୍ୟାଚ୍ ଅବସରରେ ନଳିଗୋଡ଼ରେ ଆଘାତ ଲାଗିଥିବାରୁ ଦ୍ରୁତ ବୋଲର ମଥିସା ପଥିରଣା ବିଶ୍ବକପ୍ର ଅବଶିଷ୍ଟ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି। ଶ୍ରୀଲଙ୍କା କ୍ରିକେଟ୍ ଦଳର ବ୍ୟାଟିଂ ପରାମର୍ଶଦାତା ବିକ୍ରମ ରାଠୋର ବୁଧବାରର ଏକ ସାମ୍ବାଦିକ ସମ୍ମିଳନୀ ଅବସରରେ ଏହି ସୂଚନା ଦେଇଛନ୍ତି।
ଅଧିକପଢ଼ନ୍ତୁ:କି ଅବସ୍ଥା ! ଅଷ୍ଟ୍ରେଲିଆରେ ବାସନ ମାଜିଲେ ପାକିସ୍ତାନ ହକି ଖେଳାଳି...
ପଥିରଣାଙ୍କ ନଳିଗୋଡ଼ ମାଂଶପେସୀରେ ଭୀଷଣ ଯନ୍ତ୍ରଣା
ପାଲେକେଲରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ପଥିରଣା ମାତ୍ର ୪ଟି ବଲ୍ ବୋଲିଂ କରିବା ପରେ ନଳିଗୋଡ଼ ମାଂଶପେସୀରେ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ। ଫଳରେ ଗୋଡ଼କୁ ଟେକି ଧରି ତଳେ ପଡ଼ି ଯାଇଥିଲେ। ଫିଜିଓ ତୁରନ୍ତ ପଡ଼ିଆ ଭିତରେ ତାଙ୍କର ଚିିକିତ୍ସା କରିଥିଲେ। ହେଲେ ସେ ଠିକ୍ ହୋଇ ନଥିଲେ। ଫଳରେ ଫିଜିଓଙ୍କ ସୟେତାରେ ଛୋଟେଇ ଛୋଟେଇ ପଡ଼ିଆ ବାହାରକୁ ଯିବାକୁ ବାଧ୍ୟ ହୋଇଥିଲେ। ଦସୁନ ସନକା ତାଙ୍କ ଅସପୂର୍ଣ୍ଣ ଓଭରକୁ ପୂର୍ଣ୍ଣ କରିଥିଲେ। ମ୍ୟାଚ୍ ପରେ ତାଙ୍କ ଫିଟନେସ୍ର ଆକଳନ କରାଯାଇଥିଲା। ପୂରା ଠିକ୍ ହେବା ଲାଗି ତାଙ୍କୁ ଦୁଇରୁ ତିନି ସପ୍ତାହ ଲାଗିବ ବୋଲି ଜଣାପଡ଼ିଥିଲା। ଖୁବ୍ଶୀଘ୍ର ଆଇସିସିଠାରୁ ଅନୁମତି ନେଇ ତାଙ୍କ ବଦଳ ଖେଳାଳିଙ୍କ ନାଁ ଘୋଷଣା କରାଯିବ ବୋଲି କହିଛି ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ।
ଅଧିକପଢ଼ନ୍ତୁ:ଝାଡ଼ଖଣ୍ଡ ବୋର୍ଡ଼ର ଜଣେ ପରୀକ୍ଷାର୍ଥୀଙ୍କ ପାଇଁ ମାଜିଷ୍ଟ୍ରେଟ୍ଙ୍କ ସହିତ ୧୮ ପର୍ଯ୍ୟବେକ୍ଷକ ଓ ୧୨ ପୁଲିସ ନିୟୋଜିତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/18/56758-67-2026-02-18-18-07-45.jpg)