ମୁମ୍ବାଇ : ଗତ ସେପ୍ଟେମ୍ବର ମାସରୁ ଆହତ ସମସ୍ୟାରେ ଗତି କରୁଥିବା ଇଂଲଣ୍ଡର ୱିକେଟ ରକ୍ଷକ ବ୍ୟାଟର ଜନି ବେୟାରଷ୍ଟୋ ଚଳିତ ଆଇପିଏଲ୍ରେ ଖେଳିପାରିବେ ନାହିଁ। ତାଙ୍କ ବଦଳରେ ଅଷ୍ଟ୍ରେଲିଆର ଅଣ ଆନ୍ତର୍ଜାତିକ ଖେଳାଳି ମାଥ୍ୟୁ ସର୍ଟଙ୍କୁ ପଞ୍ଜାବ କିଙ୍ଗ୍ସ ଚୁକ୍ତିଭୁକ୍ତ କରିଛି। ଏହାଫଳରେ ସର୍ଟଙ୍କ ପାଇଁ ଏହା ପ୍ରଥମ ଆଇପିଏଲ୍ ଅଭିଜ୍ଞତା ହେବାକୁ ଯାଉଛି। ଗତ ବିଗ୍ ବାସ୍ ଲିଗ୍ରେ ସର୍ଟ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି (୪୫୮ ରନ୍, ୧୧ ୱିକେଟ୍) ଭାବେ ପୁରସ୍କୃତ ହୋଇଥିଲେ। ତାଙ୍କୁ ମୂଳଦର ୨୦ ଲକ୍ଷ ଟଙ୍କାରେ ପଞ୍ଜାବ କିଙ୍ଗ୍ସ ନିଜ ଦଳରେ ସାମିଲ କରିଛି।
/sambad/media/post_attachments/wp-content/uploads/2023/03/sandeep-sharma-648x430.jpg)
ସେହିପରି ନିଲାମ ସମୟରେ ଅଣବିକ୍ରୀ ରହିଯାଇଥିବା ଦ୍ରୁତ ବୋଲର ସନ୍ଦୀପ ଶର୍ମାଙ୍କୁ ରାଜସ୍ଥାନ ରୟାଲ୍ସ ମୂଳ ଦର (୫୦ ଲକ୍ଷ)ରେ ନିଜ ଦଳରେ ସାମିଲ କରିଛି। ପ୍ରସିଦ୍ଧ କ୍ରୀଷ୍ଣା ଆହତ ଥିବାରୁ ତାଙ୍କ ବଦଳରେ ସନ୍ଦୀପ ଶର୍ମାଙ୍କୁ ନିଆଯାଇଥିବା କୁହାଯାଇଛି। ସନ୍ଦୀପ ଆଇପିଏଲ୍ର ଅନ୍ୟତମ ଅଭିଜ୍ଞ ଖେଳାଳି ହୋଇଥିଲା ବେଳେ ଗତ ୧୦ ସଂସ୍କରଣରେ ୧୦୦ରୁ ଅଧିକ ୱିକେଟ୍ ନେଇସାରିଲେଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/GettyImages-1450587669.jpg)