ତୌରଙ୍ଗା : ନ୍ୟୁଜିଲାଣ୍ଡ୍ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳ ଆସନ୍ତା ୨୧ ତାରିଖରୁ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଖେଳିବ। ଘରୋଇ ଦଳ ଘୋଷିତ ହୋଇସାରିଥିଲେ ମଧ୍ୟ ପ୍ରଥମ ଟେଷ୍ଟ୍ରେ ଦ୍ରୁତ ବୋଲର ନିଲ୍ ୱାଗ୍ନରଙ୍କ ଖେଳିବା ଅନିଶ୍ଚିତ ରହିଛି। ୱାଗ୍ନରଙ୍କ ପତ୍ନୀ ପ୍ରଥମ ସନ୍ତାନ ଜନ୍ମ କରିବାକୁ ଥିବାରୁ ସେ ଏହାକୁ ଅପେକ୍ଷା କରିଛନ୍ତି। ଏହି ସମୟରେ ଯଦି ତାଙ୍କର ସନ୍ତାନ ଜନ୍ମ ନିଏ, ତେବେ ୱାଗ୍ନର ପ୍ରଥମ ଟେଷ୍ଟ୍ ଖେଳିନପାରନ୍ତି। ସେଥିପାଇଁ ତାଙ୍କ ସ୍ଥାନ ଭରଣା କରିବାକୁ ନ୍ୟୁଜିଲାଣ୍ଡ୍ କ୍ରିକେଟ୍ ବୋର୍ଡ ଅନ୍ୟତମ ଦ୍ରୁତ ବୋଲର ମ୍ୟାଟ୍ ହେନ୍ରିଙ୍କୁ ଦଳରେ ସାମିଲ କରିଛି। ୱାଗ୍ନର ମଧ୍ୟ ଦଳ ସହ ଯୋଗଦେଇନଥିଲା ବେଳେ ହେନ୍ରି ବୁଧବାର ସଂଧ୍ୟାରେ ଦଳ ସହ ଯୋଗଦେଇଛନ୍ତି। ତଥାପି ସନ୍ତାନ ଜନ୍ମ ନହେବା ପର୍ଯ୍ୟନ୍ତ ୱାଗ୍ନର ଏଠାରେ ରହିବେ ବୋଲି ନ୍ୟୁଜିଲାଣ୍ଡ୍ ବୋର୍ଡ କହିଛି। ହେନ୍ରିଙ୍କ ସାମିଲ ପରେ ଟ୍ରେଣ୍ଟ୍ ବୋଲ୍ଟ, ଟିମ୍ ସାଉଦି ଓ କାଇଲ ଜାମିସନ୍ଙ୍କ ନେଇ ଗଠିତ ଦ୍ରୁତ ବୋଲିଂ ବାହିନୀର ଶକ୍ତି ଅପରିବର୍ତିତ ରହିବ।
ନ୍ୟୁଜିଲାଣ୍ଡ୍ ଟେଷ୍ଟ୍ ଦଳରେ ହେନ୍ରି
/sambad/media/post_attachments/wp-content/uploads/2020/02/matt-henry.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)