ଚେନ୍ନାଇ: ଆଇପିଏଲ୍ର ୧୭ତମ ମ୍ୟାଚରେ ଅକ୍ଷର ପଟେଲଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ଦଳ ଭାବେ ହ୍ୟାଟ୍ରିକ୍ ବିଜୟ ସହ ଶୀର୍ଷରେ ପହଞ୍ଚିଛି। ଚେପକରେ ଶନିବାର ଅପରାହ୍ଣରେ ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୨୫ ରନରେ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ପରାସ୍ତ କରିଛି।
ଏହି ମ୍ୟାଚରେ ଧୋନି ଅନେକ ସମୟ ଧରି କ୍ରେଜରେ ରହିବା ପରେ ବି ନିଜର ଟିମକୁ ଜିତାଇ ପାରିଲେ ନାହିଁ। ସମ୍ପ୍ରତି ଧୋନିଙ୍କ ଭୂମିକାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି କ୍ରମରେ ଚେନ୍ନାଇ ସୁପର୍ କିଙ୍ଗ୍ସର ପୂର୍ବତନ ଖେଳାଳି ଧୋନିଙ୍କ ଖରାପ ପ୍ରଦର୍ଶନ ପାଇଁ ପ୍ରତିକ୍ରିୟା ଦେଇ ନୂଆ ଚାକିରିର ଅଫର ଦେଇଛନ୍ତି।
ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳା ଯାଇଥିବା ମ୍ୟାଚରେ ଧୋନି ୨୬ଟି ବଲରେ ୩୦ରନ କରିଥିଲେ। ଯେଉଁଥିରେ ଗୋଟିଏ ଚୌକା ଓ ଗୋଟିଏ ଛକା ଥିଲା। କିନ୍ତୁ ସେ ତାଙ୍କ ଦଳକୁ ବିଜୟୀ କରି ପାରି ନଥିଲେ। ଯେଉଁଥିପାଇଁ ଧୋନିଙ୍କ ଫ୍ୟାନ୍ସମାନେ ନିରାଶ ହୋଇ ଯାଇଥିଲେ।
ଚେନ୍ନାଇ ସୁପର୍ କିଙ୍ଗ୍ସର ପୂର୍ବତନ ଖେଳାଳି ହେଡେନ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଧୋନିଙ୍କୁ ଏହି ମ୍ୟାଚ ପରେ ଆମ ସହିତ କମେଣ୍ଟ୍ରି ବକ୍ସକୁ ଆସିଯିବା ଉଚିତ। ତାଙ୍କ ପାଇଁ କ୍ରିକେଟ ଶେଷ ହୋଇସାରିଛି। ଯାହା ଧୋନିଙ୍କୁ ସ୍ବୀକାର କରି ନେବାକୁ ପଡ଼ିବ।