ଡିଟିଏମ୍‌ ଚାମ୍ପିଅନ୍‌ସିପ୍‌ରେ ଇତିହାସ ରଚିଲେ ମୈନି

ନର୍ମବର୍ଗ (ଜର୍ମାନି): ମର୍ସିଡିଜ୍‌-ଏମ୍‌ଜି ଡ୍ରାଇଭର ଅର୍ଜୁନ ମୈନି ‌ସ୍ଥାନୀୟ ନୌରିସ୍ରିଙ୍ଗ ସର୍କିଟରେ ଆୟୋଜିତ ଡିଟିଏମ୍ ଚାପିଅନ୍‌ସିପ୍‌ ଋତୁ ଫାଇନାଲ୍‌ରେ ଦ୍ବିତୀୟ ସ୍ଥାନ ଅଧିକାର କରି ଇତିହାସ ରଚିଛନ୍ତି। ଡିଟିଏମ୍ ପୋଡିୟମରେ ଠିଆ ହେବାରେ ମୈନି ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିଛନ୍ତି। ପ୍ରଥମ ସ୍ଥାନ ଅଧିକାର କରିଥିବା ରେଡ୍‌ବୁଲ୍‌ର ଲିଆମ ଲସନ୍‌ଙ୍କୁ ପୂରା ରେସ୍‌ ଯାକ କଡ଼ା ଟକ୍କର ଦେଇଥିଲେ ମୈନି। ହେଲେ ମାତ୍ର ୦.୦୩୦ ସେକେଣ୍ଡ ଅଧିକ ସମୟ ପାଇଁ ଦ୍ବିତୀୟ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ। ତାଙ୍କ ମର୍ସିଡିଜ୍‌ ସାଥୀ ମ୍ୟାକ୍ସିମିଲିଅନ୍‌ ଗଜ୍‌ ତୃତୀୟ ସ୍ଥାନରେ ରହିଥିଲେ। ‘‘ଏହି ଫଳାଫଳ ପାଇଁ ବହୁତ ଆନନ୍ଦିତ। ସାରାବର୍ଷ ଆମେ କଠୋର ପରିଶ୍ରମ କରିଥିଲୁ। ଆମର କାଲିକୁ ଆହୁରି ରେସ୍‌ ରହିଛି। ତେଣୁ ବିଜୟ ଉତ୍ସବ ପାଳନ କରିନପାରୁ। କିନ୍ତୁ କହିବି ଯେ ମୁଁ ବହୁତ ଖୁସି, ମୋର ଲକ୍ଷ୍ୟ ଏହି ଋତୁରେ ହିଁ ହାସଲ କରିଛି।’’ ବୋଲି ମୈନି କହିଛନ୍ତି।

ସମ୍ବନ୍ଧିତ ଖବର