ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଅଲ୍ରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ସ୍ୱାସ୍ଥ୍ୟଗତ କାରଣରୁ ୬ ମାସ କ୍ରିକେଟ ଖେଳି ପାରିବେ ନାହିଁ। ବିସ୍ଫୋରକ ବ୍ୟାଟସ୍ମ୍ୟାନ୍ ମ୍ୟାକ୍ସୱେଲ ନିଜେ ଏହି ନିଷ୍ପତ୍ତି ନେଇଛନ୍ତି। ଟିମ୍ର ମନୋବିଜ୍ଞାନୀ ଡାକ୍ତର ମାଇକେଲ୍ ଲାୟର୍ଡ ଗୁରୁବାର ଏହି ସୂଚନା ଦେଇଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ତୃତୀୟ ଟି-୨୦ ଅର୍ନ୍ତାଜତୀୟ ପାଇଁ ଡାର୍ସି ସର୍ଟଙ୍କୁ ସାମିଲ କରାଯାଇଛି।
ଡାକ୍ତର କହିଛନ୍ତି, ଗ୍ଳେନ ମ୍ୟାକ୍ସୱେଲ ମାନସିକ ସ୍ୱାସ୍ଥ୍ୟ ସଂପର୍କିତ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି କାରଣରୁ ସେ ୬ ମାସ କ୍ରିକେଟରୁ ବ୍ରେକ୍ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଗ୍ଲେନ ନିଜ ଶାରୀରିକ ଅସୁସ୍ଥତା ସଂପର୍କରେ ପୂର୍ବରୁ ଜାଣିଛନ୍ତି ଏବଂ ସେଥିପାଇଁ ସେ ସହଯୋଗୀଙ୍କ ସହ କଥାବାର୍ତ୍ତା କରିଛନ୍ତି।
ମ୍ୟାକ୍ସୱେଲଙ୍କ ନିଷ୍ପତ୍ତିକୁ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ସମର୍ଥନ ଜଣାଇଛି। ଜାତୀୟ ଟିମ୍ର କାର୍ଯ୍ୟକାରୀ ସାଧାରଣ ପରିଚାଳକ ବେନ ଅଲିଭଳ କହିଛନ୍ତି, ଖେଳାଳି ଓ ସେମାନଙ୍କର ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଆଯିବ। ସେ କହିଛନ୍ତି, ଆମର ଖେଳାଳି ଓ ସହଯୋଗୀଙ୍କ ସ୍ୱାସ୍ଥ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ। ଗ୍ଲେନଙ୍କୁ ଆମେ ପୂର୍ଣ୍ଣରୂପେ ସମର୍ଥନ ଜଣାଉଛୁ। କ୍ରିକେଟ ଅଷ୍ଟ୍ରେଲିଆ କ୍ରିକେଟ ଭିକ୍ଟୋରିଆ ସହ ଏକାଠି ହୋଇ କାମ କରିବ।