ୟୁଏଇରେ ଟି୨୦ ବିଶ୍ବକପ ଆୟୋଜନ ପାଇଁ ବିସିସିଆଇର ଯୋଜନା

ମୁମ୍ବାଇ : ଆଇପିଏଲ ପରେ ଏବେ ଟି୨୦ ବିଶ୍ବକପକୁ ମଧ୍ୟ ୟୁଏଇରେ ଆୟୋଜନ କରିବାକୁ ବିସିସିଆଇ ବିଚାର କରୁଛି । ଭାରତରେ କରୋନା ସ୍ଥିତିରେ ଉନ୍ନତି ଆସିଥିଲେ ବି ବିପଦ ଟଳିନଥିବାରୁ ବିସିସିଆଇ ଏପରି ଯୋଜନା କରୁଛି ।

ଟି୨୦ ବିଶ୍ବକପକୁ ୟୁଏଇରେ ଆୟୋଜନ କରାଯିବା ସମ୍ପର୍କରେ ବିସିସିଆଇ ସଚିବ ଜୟ ଶାହା ସଂକେତ ଦେଇଛନ୍ତି । ସେ କହିଛନ୍ତି ଯେ ଭାରତରେ କରୋନା ସ୍ଥିତିରେ ଉନ୍ନତି ଆସିଥିଲେ ବି ସେପ୍ଟେମ୍ବର ଅକ୍ଟୋବର ବେଳକୁ ୩ୟ ଲହର ଆସିବାର ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ୟୁଏଇରେ ବିଶ୍ବକପ ଆୟୋଜନ ପାଇଁ ବିଚାର କରାଯାଉଛି ଓ ଖୁବ ଶୀଘ୍ର ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ଆମେ ସ୍ଥିତି ଉପରେ ନଜର ରଖିଛୁ ଓ ଖେଳାଳିମାନଙ୍କର ସ୍ବାସ୍ଥ୍ୟ ଓ ନିରାପତ୍ତା ଉପରେ ପ୍ରାଥମିକତା ଦିଆଯାଉଛି ।

ସୂଚନାଯୋଗ୍ୟ ଯେ ଆଇପିଏଲର ଅବଶିଷ୍ଠ ମ୍ୟାଚ ୟୁଏଇରେ ଆୟୋଜନ କରିବାକୁ ବିସିସିଆଇ ପୂର୍ବରୁ ହିଁ ନିଷ୍ପତ୍ତି ନେଇସାରିଛି । ଆସନ୍ତା ସେପ୍ଟେମ୍ବର ମାସ ୧୯ ତାରିଖରୁ ଖେଳାଯିବ ଆଇପିଏଲ ସିଜିନ-୧୪ର ବଳକା ମ୍ୟାଚ୍ । ସେହିପରି ଅକ୍ଟୋବର ୧୫ ତାରିଖରେ ଖେଳାଯିବ ଆଇପିଏଲର ଚଳିତ ସିଜିନର ଫାଇନାଲ୍ ମ୍ୟାଚ୍ ।

ସମ୍ବନ୍ଧିତ ଖବର