‘ମାସର ଶ୍ରେଷ୍ଠ’ ପୁରସ୍କାର ଦୌଡ଼ରେ ମୟଙ୍କ

ଦୁବାଇ: ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ କରିବା ପରେ ଭାରତୀୟ ଯୁବ ଓପ୍‌ନର ମୟଙ୍କ ଅଗ୍ରୱାଲ ଆଇସିସିର ଡିସେମ୍ବର ମାସର ଶ୍ରେଷ୍ଠ ଖେଳାଳି ପାଇଁ ପ୍ରସ୍ତୁତ ୩ ଜଣିଆ ସଂକ୍ଷିପ୍ତ ମନୋନୟନ ତାଲିକାରେ ସ୍ଥାନ ପାଇଛନ୍ତି। ତାଙ୍କ ସହ ନ୍ୟୁଜିଲାଣ୍ଡର ଏଜାଜ ପଟେଲ ଏବଂ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ମଧ୍ୟ ସ୍ଥାନ ପାଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ମୁମ୍ବାଇ ଟେଷ୍ଟ୍‌ରେ ଭାରତ ବିଜୟର ପ୍ରମୁଖ ନାୟକ ଥିଲେ ମୟଙ୍କ। ପ୍ରଥମ ପାଳିରେ ସେ ୧୫୦ ଓ ଦ୍ବିତୀୟରେ ୬୨ ରନ୍ କରିଥିଲେ। ସେଞ୍ଚୁରିଅନରେ ଭାରତ ହାସଲ କରିଥିବା ଐତିହାସିକ ବିଜୟରେ ମଧ୍ୟ ମୟଙ୍କ ନିର୍ଣ୍ଣାୟକ ଭୂମିକା ନେଇଥିଲେ। ଟେଷ୍ଟ୍ କ୍ରିକେଟ୍‌ର ତୃତୀୟ ଖେଳାଳି ଭାବେ ଗୋଟିଏ ପାଳିର ସମସ୍ତ ୧୦ ୱିକେଟ୍ ନେଇଥିବାରୁ ଏଜାଜ ଏହି ତାଲିକାରେ ରହିଛନ୍ତି। ଏହି ଐତିହାସିକ ସଫଳତା ସେ ଭାରତ ବିପକ୍ଷ ମୁମ୍ବାଇ ଟେଷ୍ଟ୍‌ରେ ହାସଲ କରିଥିଲେ।

ସମ୍ବନ୍ଧିତ ଖବର