ଏମ୍‌ବାପେ ଫ୍ରାନ୍ସ ଅଧିନାୟକ

ପ୍ୟ‌ାରିସ: ପ୍ୟାରିସ ସେଣ୍ଟ୍‌ ଜର୍ମାନ୍‌ ଫରୱା‌ର୍ଡ କିଲିଆନ୍‌ ଏମ୍‌ବାପେ ପ୍ରାନ୍ସ ଫୁଟ୍‌ବଲ୍‌ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ସେ ପୂର୍ବତନ ଅଧିନାୟକ ହୁଗୋ ଲୋରିସଙ୍କ ସ୍ଥାନ ନେଇଛନ୍ତି। ଏହି ପଦ ମଧ୍ୟ ଏମ୍‌ବାପେ ଗ୍ରହଣ କରିଛନ୍ତି ବୋଲି ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଜାନୁଆରିରେ ଗୋଲ୍‌ରକ୍ଷକ ଲୋରିସ ଅବସର ନେବା ପରେ ୨୪ ବର୍ଷୀୟ ଏମ୍‌ବାପେ ଏହି ପଦ ଲାଗି ଦାବିଦାର ଥିଲେ। ଲୋରିସଙ୍କ ନେତୃତ୍ବାଧୀନ ଫ୍ରାନ୍ସ ବିଶ୍ବକପ୍ ଫାଇନାଲ୍‌ରେ ଆର୍ଜେଣ୍ଟିନାଠୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ୬୬ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ଏମ୍‌ବାପେ ଦଳକୁ ୨୦୧୮ ବିଶ୍ବକପ୍‌ରେ ବିଜେତା ଓ ୨୦୨୨ରେ ଉପବିଜେତା କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ।

ସମ୍ବନ୍ଧିତ ଖବର