ପ୍ୟାରିସ୍: ପ୍ୟାରିସ୍ ସେଣ୍ଟ ଜର୍ମେନ୍ର ଖେଳାଳି କାଇଲିନ୍ ଏମ୍ବାପେ ଲିଗ୍-୧ର ଚଳିତ ଋତୁ ପାଇଁ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ପିଏସ୍ଜିକୁ ରେକର୍ଡ ୧୧ ଥର ଫ୍ରେଞ୍ଚ୍ ଟାଇଟଲ୍ ଜିତାଇବା ପରେ ଏମ୍ବାପେ ଲଗାତାର ଚତୁର୍ଥ ଥର ଏହି ପୁରସ୍କାରର ହକ୍ଦାର ହୋଇଛନ୍ତି। ଏଥିସହ ଲଗାତାର ଭାବେ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇବାରେ ଯୁଗ୍ମ ତୃତୀୟ ସ୍ଥାନରେ ଥିବା ଜ୍ଲାଟାନ୍ ଇବ୍ରାହିମୋଭିକ୍ଙ୍କୁ ଏହି ଫ୍ରାନ୍ସ ଫରୱାର୍ଡ ପଛରେ ପକାଇଦେଇଛନ୍ତି। ସେହିପରି ଆର୍ସି ଲେନ୍ସକୁ ଦ୍ବିତୀୟ ସ୍ଥାନରେ ପହଞ୍ଚାଇବା ପରେ ଫ୍ରାଙ୍କ୍ ହୈଜ୍ଙ୍କୁ ଶ୍ରେଷ୍ଠ ପ୍ରଶିକ୍ଷକ ପୁରସ୍କାର ମିଳିଛି। ଏଥିଯୋଗୁଁ ଏହି କ୍ଲବ୍ ୨୧ ବର୍ଷ ପରେ ପ୍ରଥମ ଥର ଚାମ୍ପିଅନ୍ସ ଲିଗ୍ରେ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି।
ଲଗାତାର ଚତୁର୍ଥ ଥର ଲିଗ୍-୧ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଲେ ଏମ୍ବାପେ
/sambad/media/post_attachments/wp-content/uploads/2023/05/65465sfhfhfhs.jpg)