ମ୍ୟାକଲମ କେକେଆର୍‌ ସହକାରୀ ପ୍ରଶିକ୍ଷକ

କୋଲ୍‌କାତା: ନିକଟରେ ସମସ୍ତ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିବା ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକଲମ ଶୁକ୍ରବାର ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ କୋଲ୍‌କାତା ନାଇଟ୍‌ ରାଇଡର୍ସ (କେ‌କେ‌ଆର୍‌)ର ସହକାରୀ ପ୍ରଶିକ୍ଷକ ଭାବେ ନିଯୁକ୍ତ‌ ହୋଇଛନ୍ତି। ସଂପ୍ରତି କାନାଡା ଗ୍ଲୋବାଲ ଟ୍ବେଣ୍ଟି-୨୦ରେ ଟ‌ରଣ୍ଟୋ ନ୍ୟାସ୍‌ନାଲ୍‌ ପକ୍ଷରୁ ଖେଲୁଥିବା ମ୍ୟାକଲମ ମଧ୍ୟ କାରବିଆନ୍‌ ଲିଗ୍‌ ଦଳ ତ୍ରିନବାଗୋ ନାଇଟ୍‌ ରାଇଡର୍ସର ମୁଖ୍ୟ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିବେ। ଆସନ୍ତା ଋତୁରେ ସେ ଏହି ଦଳର ଦାୟିତ୍ବ ନେବେ। କେକେଆର୍‌ କିଛି ଦିନ ତଳେ ମୁଖ୍ୟ ପ୍ରଶିକ୍ଷକ ଜ୍ୟାକ୍ସ କାଲିସ ଏବଂ ସହ ପ୍ରଶିକ୍ଷକ ସିମନ କାଟିଚଙ୍କୁ ବିଦା କରିଥିଲା। ଦଳ ମ୍ୟାକଲମଙ୍କୁ ସହ ପ୍ରଶିକ୍ଷକ ନିଯୁକ୍ତ କରିଥିଲା ବେଳେ ମୁଖ୍ୟ ପ୍ରଶିକ୍ଷକ ପଦ ଖାଲି ରହିଛି। ପୂର୍ବରୁ ମ୍ୟାକଲମ କେକେଆର୍‌ ପକ୍ଷରୁ ଖେଳିଥିଲେ। ୨୦୦୮ ଆଇପିଏଲ୍‌‌ରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ୧୫୮ ରନ୍‌ର ବିସ୍ଫୋରକ ପାଳି ଖେଳିଥିଲେ। ହେଲେ ୨୦୧୮ ଆଇପିଏଲ୍‌ ନିଲାମରେ ତାଙ୍କୁ କେହି କିଣିବାକୁ ଆଗ୍ରହ ଦେଖାଇ ନଥିଲେ। ତେବେ ସେ ବିବିଏଲ୍‌ରେ ଖେଳ ଜାରି ରଖିଥିଲେ।

ସମ୍ବନ୍ଧିତ ଖବର