ଏମ୍‌ସିଜି ପିଚ୍‌ ଅତି ଖରାପ

ମେଲବର୍ନ: ଅଷ୍ଟ୍ରେଲିଆ କ୍ରିକେଟ୍‌ ବୋର୍ଡକୁ ମଙ୍ଗଳବାର ଆଇସିସି ବଡ଼ ଝଟ୍‌କା ଦେଇଛି। ପ୍ରସିଦ୍ଧ ଏମ୍‌ସିଜି ବା ମେଲବର୍ନ କ୍ରିକେଟ୍‌ ପଡ଼ିଆ ପିଚ୍‌କୁ ଆଇସିସି ‘ଅତି ଖରାପ’ର ମାନ୍ୟତା ଦେଇଛି। ଏମ୍‌ସିଜିରେ ଅଷ୍ଟ୍ରେଲିଆ-ଇଂଲଣ୍ଡ ଆସେସ୍‌ ଶୃଙ୍ଖଳାର ଚତୁର୍ଥ ଟେଷ୍ଟ୍‌ ଖେଳା ଯାଇଥିଲା। ଏହି ଅବସରରେ ମ୍ୟାଚ୍‌ ରେଫରି ରଞ୍ଜନ ମଦୁଗଲେ ପିଚର ମାନକୁ ପରଖି ଆଇସିସିକୁ ନିଜ ରିପୋର୍ଟ ପ୍ରଦାନ କରିଥିଲେ। ଏଥିରେ ସେ ଏମସିଜି ପିଚ୍‌ର ମାନକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଏହି ରିପୋର୍ଟ କ୍ରିକେଟ୍‌ ଅଷ୍ଟ୍ରେଲିଆକୁ ମଧ୍ୟ ଦିଆ ଯାଇଛି ଏବଂ ୧୪ ଦିନ ମଧ୍ୟରେ ନିଜ ପ୍ରତିକ୍ରିୟା ରଖିବାକୁ କୁହା ଯାଇଛି। ମଦୁଗଲେ ତାଙ୍କ ରିପୋର୍ଟରେ କହିଥିଲେ ଯେ ଏମସିଜି ପିଚରେ ମଧ୍ୟମ ଧରଣର ବାଉନ୍ସ ରହିଥିଲା। ହେଲେ ବଲ୍‌ ପଡ଼ିବା ପରେ ତା’ର ଗତି ଧିମା ହୋଇ ଯାଉଥିଲା। ପାଞ୍ଚ ଦିନ ପର୍ଯ୍ୟନ୍ତ ପିଚର ସ୍ୱଭାଗ ଅପରିବର୍ତିତ ରହିଥିଲା। ଏଣୁ ବଲ୍‌ ଓ ବ୍ୟାଟ୍‌ ମଧ୍ୟ ସନ୍ତୁଳନ ରହି ନଥିଲା। ପିଚ୍‌ ବ୍ୟାଟ୍ସମ୍ୟାନ କିମ୍ବା ବୋଲରଙ୍କୁ କାହାକୁ ବି ସୁହାଇ ନଥିଲା।

ସମ୍ବନ୍ଧିତ ଖବର