ଓକ୍ସଙ୍କ ସ୍ମରଣୀୟ ଶତକ

୧୦: ୧୦ ଜଣ ଖେଳାଳି ଲର୍ଡସ୍‌ରେ ଶତକ ଏବଂ ପାଞ୍ଚ ଓ୍ଵିକେଟ୍‌ ସଫଳତାର କୀର୍ତ୍ତିମାନ କରିଛନ୍ତି। କ୍ରିସ୍‌ ଓକ୍ସ ଏଥିରେ ସାମିଲ ହୋଇଛନ୍ତି। ଏହି ଯୁଗଳ ସଫଳତା ଲାଭ କରିବାରେ ସେ ନିଜ ଦେଶର ସପ୍ତମ ଖେଳାଳି। ଦୁଇ ବର୍ଷ ତଳେ ପାକିସ୍ତାନ ବିପକ୍ଷରେ ସେ ଦୁଇଟି ପାଞ୍ଚ ଓ୍ଵିକେଟ୍‌ ସଫଳତା ଲାଭ କରିଥିଲେ। ଭାରତ ବିପକ୍ଷରେ ପ୍ରଥମ ଶତକ (୧୩୭*) ମଧ୍ୟ ହାସଲ କଲେ।
୦୩: ଲର୍ଡସରେ ତୃତୀୟ ଟେଷ୍ଟ ଖେଳି ଓକ୍ସ ଏଭଳି ସଫଳତା ହାସଲ କଲେ। ତାଙ୍କ ପୂର୍ବରୁ କେବଳ ଇଆନ୍‌ ବୋଥାମ ନିଜ ପ୍ରଥମ ଏବଂ ଭିନୁ ମଙ୍କଡ଼ ଦ୍ୱିତୀୟ ଟେଷ୍ଟରେ ଶତକ ସହ ପାଞ୍ଚ ଓ୍ଵିକେଟର ଯୁଗଳ ସମ୍ମାନ ହାସଲ କରିଥିଲେ।
୦୫: ଲର୍ଡସରେ ପାଞ୍ଚ ଜଣ ଖେଳାଳି ଶତକ, ପାଞ୍ଚ ଓ୍ଵିକେଟ୍‌ ସଫଳତା ଏବଂ ଗୋଟିଏ ମ୍ୟାଚ୍‌ରେ ୧୦ ଓ୍ଵିକେଟ୍‌ ଅର୍ଜନ କରିଛନ୍ତି। ଗୁବି ଆଲେନ, କିଥ୍‌ ମିଲର, ଇଆନ୍‌ ବୋଥାମ ଓ ଷ୍ଟୁଆର୍ଟ ବ୍ରଡ୍‌ଙ୍କ ପରେ ଓକ୍ସ ଏହି ତାଲିକାରେ ସ୍ଥାନ ପାଇଲେ।
୦୬: ୨୦୧୬ ମସିହା ପ୍ରାରମ୍ଭରୁ ସପ୍ତମ କିମ୍ବା ତା’ଠାରୁ ତଳେ ବ୍ୟାଟିଂ କରି ୬ ଜଣ ବ୍ୟାଟ୍ସମ୍ୟାନ୍‌ ଶତକ ଅର୍ଜନ କରିଛନ୍ତି। ଜନି ବେୟାରଷ୍ଟା ୩, ମୋଇନ ଅଲ୍ଳୀ ୨ ଏବଂ ଓକ୍ସ ଷଷ୍ଠ ଶତକ ହାସଲ କଲେ।
୧୮୯: ଓକ୍ସ ଏବଂ ବେୟାରଷ୍ଟୋ ଷଷ୍ଠ ଓ୍ଵିକେଟ୍‌ରେ ୧୮୯ ରନ୍‌ ସଂଗ୍ରହ କଲେ। ଲର୍ଡସରେ ଇଂଲଣ୍ଡ ପାଇଁ ଏହା ଦ୍ୱିତୀୟ ସର୍ବବୃହତ୍‌ ଷଷ୍ଠ ଓ୍ଵିକେଟ୍‌ ଭାଗୀଦାରି। ୨୦୦୭ରେ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷରେ ଇଆନ ବେଲ୍‌ ଓ ମ୍ୟାଟ୍‌ ପ୍ରାୟର ସଂଗ୍ରହ କରିଥିବା ୧୯୦ ରନ୍‌ ଇଂଲଣ୍ଡର ସର୍ବବୃହତ୍‌ ଷଷ୍ଠ ଓ୍ଵିକେଟ୍‌ ଭାଗୀଦାରି।

ସମ୍ବନ୍ଧିତ ଖବର