ପାକିସ୍ତାନ ବିପକ୍ଷ ଡେଭିସ୍‌ କପ୍‌ ଦଳରେ ମିନେନି

ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷ ଡେଭିସ୍‌ କପ୍‌ ମ୍ୟାଚ୍‌ ଲାଗି ସୋମବାର ଭାରତୀୟ ଟେନିସ୍‌ ଦଳ ଘୋଷିତ ହୋଇଛି। ପାକିସ୍ତାନ ଗସ୍ତ କରିବାକୁ ଥିବା ଏହି ଦଳର ନେତୃତ୍ବ ଭାର ପ୍ରଜ୍ଞେଶ ଗୁଣେଶ୍ବରନ୍‌ଙ୍କ ଉପରେ ରହିବ। ରାମକୁମାର ରାମନାଥନ ଓ ଗୁଣେଶ୍ବରନ୍‌ ଏକକରେ ଏବଂ ରୋହନ ବୋପାନ୍ନା ଓ ଦିଭିଜ ସରଣ ଯୁଗଳ ବର୍ଗରେ ଖେଳିବେ। ପାଞ୍ଚଜଣିଆ ଦଳରେ ଏହି ଚାରି ଜଣଙ୍କ ବାଦ୍‌ ସକେତ ମିନେନିଙ୍କୁ ସ୍ଥାନ ମିଳିଥିଲା ବେଳେ ଶଶି କୁମାର ମୁକୁନ୍ଦ ରିଜର୍ଭ ଖେଳାଳି ଅଛନ୍ତି। ମହେଶ ଭୂପତି ଅଧିନାୟକ ଏବଂ ଜୀସାନ ଅଲ୍ଲୀ ପ୍ରଶିକ୍ଷକ ରହିଛନ୍ତି। ଏହି ପ୍ରତିଯୋଗିତା ଇସ୍‌ଲାମବାଦରେ ସେପ୍ଟେମ୍ବର ୧୪ ଓ ୧୫ ତାରିଖ ଦୁଇ ଦିନ ଖେଳାଯିବ।

ସମ୍ବନ୍ଧିତ ଖବର