ରାଉରକେଲା: ଜାତୀୟ ପୁରୁଷ ହକି ପ୍ରତିଯୋଗିତାରେ ପ୍ରଥମଥର ଫାଇନାଲ ପ୍ରବେଶକରି ଚାମ୍ପିଅନ ହୋଇଥିବା ଓଡ଼ିଶା ଦଳର ଆଜି ଘରବାହୁଡ଼ା ହୋଇଛି। ଖେଳାଳିମାନେ ରବିବାର ରାତି ପ୍ରାୟ ୧୦.୪୫ ମିନିଟ୍ରେ ରାଉରକେଲାରେ ପହଞ୍ଚିଥିଲେ। ସେମାନେ ସିଧାସଳଖ ପାନପୋଷ କ୍ରୀଡ଼ା ଛାତ୍ରାବାସ ଯାଇ ସେଠାରେ ରାତ୍ରୀଯାପନ କରିଥିଲେ। ସୋମବାର ପୂର୍ବାହ୍ନରେ ରାଉରକେଲା ଜିଲ୍ଲା ପ୍ରଶାସନ ପକ୍ଷରୁବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦିଆଯାଇଥିଲା।
ମୁଖ୍ୟଅତିଥି ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ଯୋଗଦେଇ ଏହି ବିରଳ କୃତିତ୍ବକୁ ଉଚ୍ଚପ୍ରଶଂସା କରିଥିଲେ। ଏହାସହ ଏଭଳି ଶ୍ରେଷ୍ଠ ପ୍ରଦର୍ଶନ ଅବ୍ୟାହତରଖି ଜନ୍ମମାଟି ସୁନ୍ଦରଗଡ଼ ତଥା ରାଜ୍ୟ ପାଇଁ ଗୌରବ ଆଣିବାକୁ ଆହ୍ବାନ କରିଥିଲେ। ଏହି ସମ୍ବର୍ଦ୍ଧନା ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଏସ୍ପି ନୀତେଶ ୱାଧ୍ୱାନି, ରାଜ୍ୟ କ୍ରୀଡ଼ା ବିଭାଗର ଉପନିର୍ଦ୍ଦେଶକ ସୁଦୀପ୍ତ ନାଏକ, ଲାଜରୁସ ବାର୍ଲା, ବରିଷ୍ଠ ପ୍ରଶିକ୍ଷକ କେ.ସି.ଚୌଧୁରୀ ପ୍ରମୁଖ ଉପସ୍ଥିତଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2024/11/18/cDy4iduQqXz9EPzLvzXp.jpg)