ସାଲାଲା (ଓମାନ): ଏଠାରେ ଚାଲିଥିବା ପୁରୁଷ କନିଷ୍ଠ ଏସିଆ କପ୍ ହକିରେ ଭାରତ ବଡ଼ ବିଜୟରୁ ଅଭିଯାନ ଆରମ୍ଭ କରିଛି। ବୁଧବାର ପୁଲ-ଏ’ର ନିଜର ପ୍ରଥମ ମ୍ୟାଚ୍ରେ ଭାରତ ୧୮-୦ ଗୋଲ୍ରେ ଚାଇନିଜ୍ ତାଇପେକୁ ପରାସ୍ତ କରିଛି। ମ୍ୟାଚ୍ର ଦଶମ ମିନିଟ୍ରେ ଅଧିନାୟକ ଉତ୍ତମ ସିଂହଙ୍କ ଗୋଲ୍ରେ ଭାରତ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଏହାପରେ ଭାରତୀୟ ଖେଳାଳି ଚାଇନିଜ ତାଇପେ ଉପରେ ଗୋଲ୍ ଓପରେ ଗୋଲ୍ ଲଦି ଦେଇଥିଲେ। ପ୍ରଥମ ୨ କ୍ବାର୍ଟରରେ ୩ ଲେଖାଏଁ ଏବଂ ଶେଷ ଦୁଇ କ୍ବାର୍ଟରରେ ୬ ଲେଖାଏଁ ଗୋଲ୍ ଦେଇଥିଲା ଭାରତ।
ଦଳ ପକ୍ଷରୁ ଅର୍ଜିତ ସିଂହ ହୁଣ୍ଡାଲ (୧୯, ୧୯, ୩୦, ୫୯ ମିନିଟ୍) ୪ଟି, ଅମନଦୀପ (୩୭, ୩୮, ୪୧ ମିନିଟ୍) ହ୍ୟାଟ୍ରିକ, ଉତ୍ତମ ସିଂହ (୧୦, ୫୯ ମିନିଟ୍), ବବି ସିଂହ ଧାମି (୧୦, ୪୬ ମିନିଟ୍), ବବି ପୂଭାନ୍ନା ଚନ୍ଦୁରା (୩୯, ୫୪) ଦୁଇଟି ଲେଖାଏଁ ଏବଂ ଶାରାଦା ନନ୍ଦ ତିୱାରୀ (୧୧ ମିନିଟ୍), ଆଦିତ୍ୟ ଅର୍ଜୁନ ଲାଲାଗେ (୩୭ ମିନିଟ୍), ଅଙ୍ଗଦ ବୀର ସିଂହ (୩୭ ମିନିଟ୍), ଅମିର ଅଲୀ (୫୧ ମିନିଟ୍) ଓ ଯୋଗେମ୍ବର ରାୱତ (୬୦ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଗୁରୁବାର ଭାରତ ପରବର୍ତ୍ତୀ ଲିଗ୍ ମ୍ୟାଚ୍ରେ ଜାପାନକୁ ଭେଟିବ।