ରାଉରକେଲାମ: ବିର୍ସା ମୁଣ୍ଡା ଷ୍ଟାଡିୟମରେ ଭାରତୀୟ ପୁରୁଷ ହକି ଦଳ ବିଜୟରୁ ତା’ର ଅଭିଯାନ ଆରମ୍ଭ କରିଛି। ସ୍ପେନ୍ ବିପକ୍ଷ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍କୁ ସୁଟ୍ଆଉଟରେ ୭-୮ ଗୋଲରେ ଜିତିନେଇଛି ଭାରତ। ମ୍ୟାଚର ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଉଭୟ ଦଳ ୨-୨ରେ ବରାବର ଥିବାବେଳେ ସୁଟଆଉଟରେ ମ୍ୟାଚର ଫଇସଲା ହୋଇଥିଲା । ଏହାସହ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଭାରତୀୟ ଦଳ ଅପରାଜେୟ ରହିବାର ରେକର୍ଡକୁ ଅକ୍ଷୂର୍ଣ୍ଣ ରଖିଛି। ଅଭିଷେକ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।
Advertisment
ମ୍ୟାଚର ୩୮ ସେକେଣ୍ଡରେ ଭାରତୀୟ ତାରକା ହର୍ମନପ୍ରୀତ ସିଂହ ଏକ ଆକର୍ଷଣୀୟ ଫିଲ୍ଡ ଗୋଲ୍ ଦେଇ ଦଳକୁ ୧-୦ ଗୋଲରେ ଆଗୁଆ କରିଥିଲେ। ତେବେ ପ୍ରଥମ ଗୋଲର ଦୁଇ ମିନିଟ୍ ପରେ, ମ୍ୟାଚର ୩ତମ ମିନିଟରେ ସ୍ପେନ ଏକ ପେନାଲ୍ଟି କର୍ଣ୍ଣର ସୁଯୋଗ ପାଇଥିଲା। ଏହାକୁ ହାତଛଡ଼ା କରିନଥିଲେ ସ୍ପେନର ଜୋସ୍ ବାଷ୍ଟେରା ।  ଏକ ସୁନ୍ଦର ଗୋଲ୍ ଦେଇ ସ୍କୋର ୧-୧ରେ ବରାବର କରିଥିଲେ। ପରେ ୧୫ତମ ମିନିଟ୍ରେ ସ୍ପେନର ବୋର୍ଜା ଲାକାଲି ଏକ ଫିଲ୍ଡ ଗୋଲ ଦେଇ ବ୍ୟବଧାନକୁ ୨-୧କୁ ବଢ଼ାଇଥିଲେ। ତୃତୀୟ କ୍ବାର୍ଟରରେ କିନ୍ତୁ ଭାରତୀୟ ଖେଲାଳି ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା। ୩୫ତମ ମିନିଟରେ ଭାରତକୁ ମିଳିଥିବା ଏକ ପେନାଲ୍ଟି କର୍ଣ୍ଣର୍କୁ ଅଭିଷେକ ଗୋଲରେ ପରିଣତକରି ସ୍କୋର୍ ୨-୨ରେ ସମାନ କରିଥିଲେ। ଶେଷ ଦୁଇ କ୍ବାର୍ଟରରେ ଉଭୟ ଦଳ ପକ୍ଷରୁ ଏକାଧିକ ପ୍ରୟାସ କରାଯାଇଥିଲା; କିନ୍ତୁ କେହି ଗୋଲ୍ ସ୍କୋର୍ କରିନପାରିବାରୁ ମ୍ୟାଚ୍ ୨-୨ ଗୋଲରେ ଅମୀମାଂସିତ ରହିଥିଲା। ପରେ ସୁଟ୍ଆଉଟରେ କିନ୍ତୁ  ବାଜିମାରିନେଇଥିଲା। ମ୍ୟାଚର ଶେଷ ସେକେଣ୍ଡରେ କିନ୍ତୁ ଭାରତୀୟ ତାରକା ଅମିତ ରୋହିଦାସ ଓ ବିପକ୍ଷ ଖେଳାଳି ମୁହାଁମୁହିଁ ହୋଇଯାଇଥିଲେ। ମ୍ୟାଚଶେଷ ହେବାକୁ ଆଉ କିଛି ସେକେଣ୍ଡ୍ ଥିବାବେଳେ ବଲ୍ ଅମିତଙ୍କ ପାଖକୁ ଆସିଥିଲେ। ଉକ୍ତ ବଲ୍କୁ ଅମିତ ବିପକ୍ଷ ଖେଳାଳିଙ୍କୁ ପ୍ରତିହତ କରି ଏକ ଲମ୍ବା ପାସ୍ ଦେବାପରେ ଉଭୟଙ୍କ ମଧ୍ୟ ସାମାନ୍ୟ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା। ଆଜି ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍ରେ ନେଦରଲାଣ୍ଡ୍ସ ୨-୧ ଗୋଲରେ ଆୟର୍ଲାଣ୍ଡ୍କୁ ପରାସ୍ତ କରିଛି।