ମର୍ସିଡିଜ୍‌କୁ ବିଜେତା କଲେ ବୋଟ୍ଟାସ୍‌

ଆବୁଧାବି: ଚଳିତ ବର୍ଷର ଶେଷ ଫର୍ମୁଲା ଓ୍ଵାନ୍‌ ଆବୁଧାବି ଗ୍ରାଁ ପ୍ରିକୁ ଫିନ୍‌ଲାଣ୍ଡ୍‌ର ମର୍ସିଡିଜ୍‌ ଚାଳକ ଭାଲ୍‌ଟେରି ବୋଟ୍ଟାସ୍‌ ନିଜ ନାମରେ କରିଛନ୍ତି। ଏହା ବୋଟ୍ଟାସ୍‌ଙ୍କ ଚଳିତ ଋତୁର ତୃତୀୟ ଟ୍ରଫି। ଦଳୀୟ ମାନ୍ୟତାରେ ଅଗ୍ରଣୀ ଥିବା ମର୍ସିଡିଜ୍‌କୁ ଆବୁଧାବିରେ ପ୍ରଥମ ଦୁଇ ସ୍ଥାନ ମିଳିବା ପରେ ଚଳିତ ଋତୁର ଶ୍ରେଷ୍ଠ ଦଳର ମାନ୍ୟତା ପାଇଛି। ୟାସ୍‌ ମାରିନା ସର୍କିଟ୍‌ରେ ଆୟୋଜିତ ଏହି ରେସ୍‌ରେ ବୋଟ୍ଟାସ୍‌ (୧.୩୪.୧୪.୦୬୨ ଘଣ୍ଟା) ନିଜ ଦଳୀୟ ସାଥୀ ତଥା ଚଳିତ ଋତୁର ଶ୍ରେଷ୍ଠ ଚାଳକ ଲୁଇସ୍‌ ହାମିଲଟନ୍‌ ପଛରେ ପକାଇ ପ୍ରଥମ ହୋଇଥିଲେ। ଇଂଲଣ୍ଡ ତାରକା ହାମିଲ୍‌ଟନ୍‌ ଦ୍ୱିତୀୟରେ ଥିଲା ବେଳେ ଫେରାରି ଚାଳକ ଜର୍ମାନିର ସେବାସ୍ତିଆନ୍‌ ଭେଟେଲ୍‌ ଓ ଫିନ୍‌ଲାଣ୍ଡ୍‌ର କିମି ରାଇକୋନେନ୍‌ ଏବଂ ବେଲ୍‌ଜିୟମର ରେଡ୍‌ବୁଲ୍‌ ଚାଳକ ମ୍ୟାକ୍ସ ଭେସ୍ତାପେନ୍‌ ଶୀର୍ଷ ୫ରେ ରହିଥିଲେ।

ସମ୍ବନ୍ଧିତ ଖବର