କୋଚି: ମହାନ ଫୁଟବଲ୍ ତାରକା ଲିଓନେଲ୍ ମେସିଙ୍କ ନେତୃତ୍ବରେ ଆର୍ଜେଣ୍ଟିନା ଫୁଟ୍‌ବଲ୍ ଦଳ ଆସନ୍ତା ଅକ୍ଟୋବର-ନଭେମ୍ବରରେ କେରଳ ଗସ୍ତ କରିବ। ଏଠାରେ ଆର୍ଜେଣ୍ଟିନା ଦଳ ଏକ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍ ଖେଳିବ। ଆର୍ଜେଣ୍ଟିନା ଆସିବା ନେଇ ଆଶଙ୍କା ସୃଷ୍ଟି ହୋଇଥିବା ସ୍ଥାନୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲେ ମଧ୍ୟ କେରଳ କ୍ରୀଡ଼ାମନ୍ତ୍ରୀ ଭି ଅବଦୁରଅହିମାନ ଏହାକୁ ଖଣ୍ଡନ କରିଛନ୍ତି। ଆର୍ଜେଣ୍ଟିନା ଓ ମେସି ପୂର୍ବନିର୍ଦ୍ଧାରିତ ସୂଚୀ ଅନୁସାରେ କେରଳ ଆସିବା ଏକପ୍ରକାର ନିଶ୍ଚିତ।

Advertisment

ଏଥିରେ ସନ୍ଦେହ ପ୍ରକଟ କରିବାର କୌଣସି କାରଣ ନାହିଁ। ପ୍ରସ୍ତାବିତ ମ୍ୟାଚ୍ ଲାଗି ପ୍ରାୟୋଜକ ମିଳି ସାରିଛନ୍ତି। ପ୍ରସ୍ତୁତି ପର୍ବ ଦ୍ରୁତ ଗତିରେ ଚାଲିଛି ବୋଲି ମଧ୍ୟ ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।