ମାଦ୍ରିଦ୍: ଆର୍ଜେଣ୍ଟିନା ତାରକା ଲିଓନେଲ୍ ମେସିଙ୍କ ହ୍ୟାଟ୍ରିକ୍ରେ ବାର୍ସିଲୋନା ୨୫ ଥର ଲାଗି ଲା’ଲିଗା ମୁକୁଟ କରାୟତ କରିଛି। ରବିବାର ମ୍ୟାଚ୍ରେ ବାର୍ସିଲୋନା ୪-୨ ଗୋଲ୍ରେ ଡେପୋର୍ତିଭୋ ଲା କୋରୁନାକୁ ହରାଇ ୪ ମ୍ୟାଚ୍ ପୂର୍ବରୁ ଏହି ଟ୍ରଫି ନିଜ ନାମରେ କରି ନେଇଥିଲା। ବାର୍ସିଲୋନା ଗତ ସପ୍ତାହରେ ୫-୦ ଗୋଲ୍ରେ ସେଭିଲାକୁ ହରାଇ କୋପା ଡେଲ୍ରେ ଟ୍ରଫି କରାୟତ କରିଥିଲା।
ରବିବାର ମ୍ୟାଚ୍ର ଷଷ୍ଠ ମିନିଟ୍ରେ ଫିଲିପ୍ କୌତୁନୋ ଗୋଲ୍ ଦେଇ ବାର୍ସିଲୋନାକୁ ଆଗୁଆ କରିଥିଲେ। ୩୮ତମ ମିନିଟ୍ରେ ମେସି ଆଉ ଏକ ଗୋଲ୍ ଦେଇ ଦଳକୁ ୨-୦ରେ ଅଗ୍ରଣୀ କରି ଦେଇଥିଲେ। ତେବେ ଡେପୋର୍ତିଭୋ ଲା କୋରୁନାର ଲୁକାସ୍ ପେରେଜ୍ (୩୯ ମିନିଟ୍) ଏବଂ ଏମ୍ରେ କୋଲାକ୍ (୬୩ ମିନିଟ୍) ଏହି ଦୁଇ ଗୋଲ୍ ଶୁଝାଇ ସ୍ଥିତି ସମାନ ସ୍ତରକୁ ନେଇ ଆସିଥିଲେ। ତେବେ ୮୧ ଏବଂ ୮୪ ମିନିଟ୍ରେ ମେସି ଆଉ ଦୁଇଟି ଗୋଲ୍ ଦେଇ ହ୍ୟାଟ୍ରିକ୍ ଅର୍ଜନ ସହ ବାର୍ସିଲୋନାକୁ ଟ୍ରଫି ଭେଟି ଦେଇଥିଲେ। ପଏଣ୍ଟ୍ ତାଲିକାରେ ଅପରାଜୟ ବାର୍ସିଲୋନା (୩୪ ମ୍ୟାଚ୍, ୨୬ ବିଜୟ, ୮ ଅମୀମାଂସିତ) ୮୬ ପଏଣ୍ଟ୍ ପାଇ ପ୍ରଥମ, ଆଟ୍ଲେଟିକ୍ ମାଦ୍ରିଦ୍ (୩୫ ମ୍ୟାଚ୍, ୨୨ ବିଜୟ, ୯ ଅମୀମାଂସିତ, ୪ ପରାଜୟ) ୭୫ ପଏଣ୍ଟ୍ ସହ ଦ୍ୱିତୀୟ ଏବଂ ରିଅଲ୍ ମାଦ୍ରିଦ୍ (୩୪ ମ୍ୟାଚ୍, ୨୧ ବିଜୟ, ୮ ଅମୀମାଂସିତ, ୫ ପରାଜୟ) ୭୧ ପଏଣ୍ଟ୍ ସହ ତୃତୀୟ ସ୍ଥାନରେ ରହିଛନ୍ତି।
ମେସିଙ୍କ ହ୍ୟାଟ୍ରିକ୍: ବାର୍ସିଲୋନାକୁ ୨୫ତମ ଲା’ଲିଗା ମୁକୁଟ
/sambad/media/post_attachments/wp-content/uploads/2018/05/6-Lionel-Messi-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)