ରୋନାଲ୍‌ଡୋଙ୍କୁ କାଟିଲେ ମେସି : ଷଷ୍ଠ ଥର ପାଇଁ ଜିତିଲେ ଫିଫାର ଶ୍ରେଷ୍ଠ ଖେଳାଳି ପୁରସ୍କାର

ଜୁରିକ୍‌: ଆର୍ଜେଣ୍ଟିନା ତାରକା ଲିଓନେଲ୍‌ ମେସି ଫିଫା ପକ୍ଷରୁ ୨୦୧୯ ବର୍ଷର ଶ୍ରେଷ୍ଠ ପୁରୁଷ ଖେଳାଳି ପୁରସ୍କାର ଜିତିଛନ୍ତି। ଏହି ବାର୍ସିଲୋନା ଷ୍ଟ୍ରାଇକର ଫିଫାର ବର୍ଷ ଶ୍ରେଷ୍ଠ ପୁରୁଷ ଏକାଦଶ ଦଳରେ ମଧ୍ୟ ସ୍ଥାନ ଅକ୍ତିଆର କରିଛନ୍ତି। ଷଷ୍ଠ ଥର ପାଇଁ ଏହି ସମ୍ମାନ ହାତେଇ ସେ କ୍ରିଷ୍ଟିଆନୋ ରୋନାଲ୍‌‌େଡାଙ୍କୁ (୫) ପଛରେ ପକାଇଥିଲେ। ଆମେରିକାର ମେଗାନ୍‌ ରାପିନୋଏ ଶ୍ରେଷ୍ଠ ମହିଳା ଖେଳାଳି ପୁରସ୍କାର ହାତେଇଥିଲା ବେଳେ ବ୍ରାଜିଲ୍‌ର ଆଲିସନ୍‌ ବେକର ଶ୍ରେଷ୍ଠ ପୁରୁଷ ଗୋଲ୍‌ରକ୍ଷକ ଏବଂ ନେଦରଲାଣ୍ଡ୍‌ର ସାରି ଭାନ୍‌ ବେନେନଦାଲ ଶ୍ରେଷ୍ଠ ମହିଳା ଗୋଲ୍‌ରକ୍ଷକ ପୁରସ୍କାର ପାଇଛନ୍ତି। ଅନ୍ୟପକ୍ଷରେ ଲିଭରପୁଲ୍‌ର ଜୁର୍ଗେନ୍‌ କ୍ଲବ୍‌ ଏବଂ ଆମେରିକାର ଜିଲ୍‌ ଏଲିସ୍‌ ଯଥାକ୍ରମେ ପୁରୁଷ ଓ ମହିଳା ବର୍ଗରେ ଶ୍ରେଷ୍ଠ ପ୍ରଶିକ୍ଷକ ପୁରସ୍କାର ପାଇଥିଲା ବେଳେ ପୁସ୍‌କାସ ଆୱାର୍ଡ ଶ୍ରେଷ୍ଠ ଗୋଲ୍‌ ପାଇଁ ହଙ୍ଗେରିର ଡାନିଏଲ୍‌ ସୋରି ଏବଂ ଫେୟାର ପ୍ଲେ ଆୱାର୍ଡ ମାର୍ସେଲୋ ବିଲ୍‌ସା ଓ ଲିଡ୍‌ସ ୟୁନାଇଟେଡ୍‌କୁ ମିଳିଛି।

ସମ୍ବନ୍ଧିତ ଖବର