ମେସି ଆହତ; ବାର୍ସିଲୋନାକୁ ଝଟ୍‌କା

ବାର୍ସେଲୋନା: ଲା ଲିଗାରେ ବା‌େର୍ସଲୋନା ଦଳ ୪ ମ୍ୟାଚ୍‌ ବିଜୟଶୂନ୍ୟରୁ ବାହାରିଗଲା। ଶନିବାର ଏହି ଦଳ ଏହାର ଚରମ ପ୍ରତିଦ୍ବନ୍ଦ୍ବୀ ସେଭିଲା ବିପକ୍ଷରେ ୪-୨ ଗୋଲ୍‌ର ଘରୋଇ ବିଜୟ ହାସଲ କଲା। ଏଥି ସହିତ ପଏଣ୍ଟ୍‌ ତାଲିକାର ଶୀର୍ଷ ସ୍ଥାନକୁ ମଧ୍ୟ ଫେରିଲା। ହେଲେ ଏହି ମ୍ୟାଚ୍‌ ଅବସରରେ ତାରକା ଖେଳାଳି ଲିଓନେଲ୍‌ ମେସିଙ୍କ ଆହତ ଦଳକୁ ଝଟ୍‌କା ଦେଇଛି। ଏହି ମ୍ୟାଚ୍‌ ଅବସରରେ ମେସିଙ୍କ କାନ୍ଧରେ ଫାଟ ସୃଷ୍ଟି ହୋଇଛି। ଫଳରେ ସେ ପ୍ରାୟ ତିନି ସପ୍ତାହ ପାଇଁ ଖେଳିପାରିବେନି ବୋଲି ଜଣାପଡ଼ିଛି। କ୍ଲବ୍‌ ସୂତ୍ରରୁ ଜଣାପଡ଼ିଛି, ମେସି ଲା ଲିଗାରେ ୫ ମ୍ୟାଚ୍‌ ସାଙ୍ଗକୁ ଚାମ୍ପିଅନ୍‌ସ ଲିଗ୍‌ ରୁ ମଧ୍ୟ ବଞ୍ଚିତ ହେବେ। ସେଭିଲା ବିପକ୍ଷ ମ୍ୟାଚ୍‌ରେ ମେସି ୧୨ ମିନିଟ୍‌ରେ ଗୋଟିଏ ଗୋଲ୍‌ କରିଥିଲେ।

ସମ୍ବନ୍ଧିତ ଖବର