ବାର୍ସିଲୋନା ଶେଷ ମ୍ୟାଚ୍‌ରୁ ମେସି ବାଦ୍‌

ବାର୍ସିଲୋନା : ଚଳିତ ୨୦୨୦-୨୧ ଋତୁର ନିଜ କ୍ଲବ୍‌ର ଶେଷ ମ୍ୟାଚ୍‌ରେ ଖେଳିବେନି ଲିଓନେଲ୍‌ ମେସି। ଶନିବାର ବାର୍ସିଲୋନ କ୍ଲବ୍‌ ଏହି ମ୍ୟାଚ୍‌ ଖେଳିବାକୁ ଇବାର ଗସ୍ତ କରୁଥିଲା ବେଳେ ଦଳରୁ ଅଧିନାୟକ ମେସି ବାଦ୍‌ ପଡ଼ିଥିବା ନେଇ କ୍ଲବ୍‌ ପକ୍ଷରୁ ଘୋଷଣା କରାଯାଇଛି। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ମଧ୍ୟ ଆସନ୍ତା ମାସରେ ଆୟୋଜିତ କୋପା ଆମେରିକା ପୂର୍ବରୁ କିଛି ଦିନ ବିରତି ଚାହିଁଥିବା ମେସିଙ୍କୁ ଅନୁମତି ମିଳିଥିବା କୁହାଯାଇଛି। ଶନିବାର ମ୍ୟାଚ୍‌ ପୂର୍ବରୁ ମେସି ମଧ୍ୟ ଶୁକ୍ରବାର ପ୍ରସ୍ତୁତି ବେଳେ ଉପସ୍ଥିତ ନଥିଲେ। ଫଳରେ ପେଡ୍ରିଙ୍କ ପରେ ମେସିଙ୍କୁ ଦ୍ବିତୀୟ ଖେଳାଳି ଭାବେ ଛୁଟିରେ ପଠାଇ ଦିଆଯାଇଥିବା କ୍ଲବ୍‌ ପକ୍ଷରୁ କୁହାଯାଇଛି।

ମେସି ଚଳିତ ଋତୁର ଲା ଲିଗାରେ ୩୫ ମ୍ୟାଚ୍‌ ଖେଳି ୩୦ ଗୋଲ୍‌ କରିଛନ୍ତି। ଯାହାକି ସର୍ବୋଚ୍ଚ ରହିଛି। ସେ ମଧ୍ୟ ସର୍ବୋଚ୍ଚ ଗୋଲ୍‌ ସ୍କୋରର୍‌ ରହିବାର ସମ୍ଭାବନା ରହିଛି। କାରଣ ତାଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ଥିବା ଭିଲାରିଅଲ୍‌ ଷ୍ଟ୍ରାଇକର ଗେରାଡ ମୋରେନୋ ୨୩ ଗୋଲ୍‌ କରିଛନ୍ତି।

ସମ୍ବନ୍ଧିତ ଖବର