ବାର୍ସିଲୋନା: ନିଜ ପ୍ରଦର୍ଶନ ବଳରେ ବାର୍ସିଲୋନା ଓ ଆର୍ଜେଣ୍ଟିନାର ମହାନ୍ ଫୁଟ୍ବଲର୍ ଲିଓନିଲ୍ ମେସି ନିଜକୁ ଶ୍ରେଷ୍ଠ ଖେଳାଳି ଭାବେ ପରିଚିତ କରାଇପାରିଛନ୍ତି। ଏହି ଲୋକପ୍ରିୟ ତାରକାଙ୍କ ନିକଟରେ ସମ୍ପତ୍ତିର କୌଣସି ଅଭାବ ନାହିଁ। କିନ୍ତୁ ସେ ବାର୍ସିଲୋନାରେ ଏକ ସାଧାରଣ ଘରେ ଜୀବନଯାପନ କରୁଛନ୍ତି। ସେ ନିଜେ ଗାଡ଼ି ଚଲାଇ ପିଲାଙ୍କୁ ସ୍କୁଲ୍ ଛାଡ଼ିବାକୁ ଯାଉଛନ୍ତି ଏବଂ ସେମାନଙ୍କ ସହ ଫୁଟ୍ବଲ୍ ମଧ୍ୟ ଖେଳୁଛନ୍ତି। ନିକଟରେ ୬ ଥର ବର୍ଷର ଶ୍ରେଷ୍ଠ ଫୁଟ୍ବଲର୍ ପୁରସ୍କାରପ୍ରାପ୍ତ ଏବଂ ବାର୍ସିଲୋନାର ସର୍ବାଧିକ ଗୋଲ୍ ସ୍କୋରର୍ ମେସି ନିଜେ ଗାଡ଼ି ଚଲାଇ ପରିବାର (ପତ୍ନୀ ଓ ପିଲା) ସଦସ୍ୟଙ୍କ ସହ ବୁଲୁଥିବାର ଏକ ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହି ଫଟୋ ପ୍ରକାଶ ପାଇବା ପରେ ମେସି ସାଧାରଣ ଜୀବନଯାପନ କରୁଥିବା ଜଣାପଡ଼ିଥିଲା।
ସିଲି ପଏଣ୍ଟ୍: ପରିବାର ସହ ସମୟ କାଟୁଛନ୍ତି ମେସି
/sambad/media/post_attachments/wp-content/uploads/2020/11/fhsfh654sfh4sfh4f65f4f654f65ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)