ମାଡ୍ରିଡ୍: ଫୁଟ୍ବଲ୍ ତାରକା ଲିଓନେଲ୍ ମେସି ୨୦୨୨ ମଇ ପହିଲାରେ ଶେଷ ହୋଇଥିବା ବିଗତ ବର୍ଷର ସର୍ବୋଚ୍ଚ ଆୟକାରୀ କ୍ରୀଡ଼ାବିତ୍ ହୋଇଛନ୍ତି। ପଡ଼ିଆ ଭିତର ପ୍ରଦର୍ଶନ ଓ ପଡ଼ିଆ ବାହାର ପ୍ରାୟୋଜନରୁ ମେସି ମୋଟ ୧୩୦ ମିଲିଅନ୍ ଡଲାର୍ ରୋଜଗାର କରିଥିବା ବେଳେ ଲସ୍ ଏଞ୍ଚେଲ୍ସ ଲେକର୍ ଫରୱାର୍ଡ ତଥା ଏନ୍ବିଏ କିଂବଦନ୍ତି ଲିବ୍ରନ୍ ଜେମ୍ସ ୧୨୧.୨ ମିଲିଅନ୍ ଡଲାର୍ ସହିତ ଦ୍ବିତୀୟରେ ଏବଂ ପର୍ତ୍ତୁଗାଲ୍ ଫୁଟ୍ବଲ୍ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ ମୋଟ ୧୧୫ ମିଲିଅନ୍ ଡଲାର୍ ଅର୍ଜନ କରି ତୃତୀୟରେ ରହିଛନ୍ତି। ବ୍ରାଜିଲ୍ ଫୁଟ୍ବଲର୍ ନେମାର (୯୫ ମିଲିଅନ୍ ଡଲାର୍), ୩ ଥର ଏନ୍ବିଏ ବିଜେତା ଷ୍ଟିଫେନ୍ କରି (୯୨.୮ ମିଲିଅନ୍ ଡଲାର୍), କେଭିନ୍ ଡୁରାଣ୍ଟ୍ (୯୨.୧ ମିଲିଅନ୍ ଡଲାର୍), ରୋଜର ଫେଡେରର୍ (୯୦.୭ ମିଲିଅନ୍ ଡଲାର୍), କାନେଲୋ ଆଲଭାରେଜ (୯୦ ମିଲିଅନ୍ ଡଲାର୍), ଟମ୍ ବ୍ରାଡି (୮୩.୯ ମିଲିଅନ୍ ଡଲାର୍), ଜାଏନିସ୍ ଆଣ୍ଟୋଟୋକୌମ୍ପୁ (୮୦.୯ ମିଲିଅନ୍ ଡଲାର୍) ପ୍ରମୁଖ ଯଥାକ୍ରମେ ଚତୁର୍ଥରୁ ଦଶମ ସ୍ଥାନରେ ରହିଥିଲେ।
ମେସି ସର୍ବୋଚ୍ଚ ଆୟକାରୀ
/sambad/media/post_attachments/wp-content/uploads/2021/12/messi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)