ପ୍ୟାରିସ୍: ବାର୍ସେଲୋନା ଛାଡ଼ିବାକୁ ଆଗ୍ରହ ପ୍ରକାଶ କରିବାର ମାସକ ପରେ ଆର୍ଜେଣ୍ଟେନୀୟ ଫୁଟବଲ୍ କିଂବଦନ୍ତି ଲିଓନେଲ ମେସି କ୍ଲବ୍ର ପ୍ରଶିକ୍ଷଣ ଶିବିରକୁ ସୋମବାର ଫେରିଛନ୍ତି। ୮ ଦିନ ପୂର୍ବରୁ ହୋଇଥିବା କ୍ଲବ୍ର କୋଭିଡ୍-୧୯ ପରିକ୍ଷଣ ସହ କ୍ଲବ୍ର ଅନ୍ୟ ସମସ୍ତ କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ। ଏପରିକି କ୍ଲବ୍ ଛାଡ଼ିବାକୁ ଚାହୁଥିବା ସେ ଲଖିତ ଭାବେ ମଧ୍ୟ ଜଣାଇଥିଲେ। ତେବେ କ୍ଲବ୍ ଟ୍ରାନ୍ସଫର ଫି’ ବିନା ତାଙ୍କୁ ଛାଡ଼ିବ ନାହିଁ ବୋଲି ସ୍ପଷ୍ଟ କରି ଦେଇଥିଲା। ଫଳରେ ଉଭୟ ପକ୍ଷ ମଧ୍ୟରେ ଆଇନଯୁଦ୍ଧ ଆରମ୍ଭ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା। ହେଲେ ଶେଷରେ ମେସିୁ ନରମ ପଡ଼ି ଦଳ ସହ ଆଉ ଏକ ଋତୁ ରହିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ବାର୍ସେଲୋନା ପ୍ରଶିକ୍ଷଣ ଶିବିରକୁ ଫେରିଲେ ମେସି
/sambad/media/post_attachments/wp-content/uploads/2020/06/messi-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)