ଲା’ ଲିଗାରେ ପୁଣି ମେସି ଚମକ: ମାଦ୍ରିଦ୍‌କୁ ୨-୦ରେ ହରାଇଲା ବାର୍ସିଲୋନ‌ା

ମାଦ୍ରିଦ୍‌: କୋଭିଡ୍‌-୧୯ ମହାମାରୀର ପ୍ରକୋପ ଥମି ନଥିଲେ ମଧ୍ୟ ଫୁଟ୍‌ବଲ୍‌ ପ୍ରତିଯୋଗିତା ଲା’ ଲିଗା ଫେରିଛି। ଏହି ଫେରନ୍ତାରେ ଲିଓନେଲ୍‌ ମେସି ତାଙ୍କ ଚମକ ଦେଖାଇ ଚାଲିଛନ୍ତି। ପ୍ରତ୍ୟାବର୍ତନର ପ୍ରଥମ ମ୍ୟାଚ୍‌ରେ ସିଧାସଳଖ ଗୋଟିଏ ଗୋଲ୍‌ ଏବଂ ଦୁଇଟିରେ ସହାୟତା କରି କୀର୍ତ୍ତିମାନ ରଚିଥିବା ମେସି ମଙ୍ଗଳବାର ଦ୍ବିତୀୟ ମ୍ୟାଚ୍‌ରେ ମଧ୍ୟ ବାର୍ସିଲୋନା ଦଳକୁ ବିଜୟ ଦେଇଛନ୍ତି। ତାଙ୍କ ପେନାଲ୍‌ଟି ଗୋଲ୍‌ ବଳରେ ମଙ୍ଗଳବାର ବାର୍ସିଲୋନା ୨-୦ରେ ରିଅଲ୍‌ ମାଦ୍ରିଦ୍‌କୁ ପରାସ୍ତ କରିଦେଇଛି। ଚଳିତ ଋତୁରେ ୩୩ତମ ମ୍ୟାଚ୍‌ରେ ମେସିଙ୍କ ଏହା ଥିଲା ୨୬ତମ ଗୋଲ୍‌। ଏପରିକି ତାଙ୍କର ଶେଷ ୮ ମ୍ୟାଚ୍‌ରେ ମେସି ବ୍ୟକ୍ତିଗତ ଭାବେ ୭ ଗୋଲ୍‌ କରିଥିଲା ବେଳେ ୮ ଗୋଲ୍‌ରେ ତାଙ୍କ ଅବଦାନ ରଖିଛନ୍ତି। ମେସି ୬୯ ମିନିଟ୍‌ରେ ଗୋଲ୍‌ କରିଥିଲା ବେଳେ ବାର୍ସିଲୋନା ପାଇଁ ମଙ୍ଗଳବାର ମ୍ୟାଚ୍‌ରେ ଅବଶିଷ୍ଟ ଗୋଲ୍‌ଟି ୧୭ ବର୍ଷ ବୟସ୍କ ଅଂଶୁ ଫତି କରିଥିଲେ।

ସମ୍ବନ୍ଧିତ ଖବର