ଫ୍ଲୋରିଡା: ଆର୍ଜେଣ୍ଟିନା ଫୁଟ୍ବଲ୍ ତାରକା ଲିଓନେଲ ମେସି ଶନିବାର ଆମେରକୀୟ କ୍ଲବ୍ ଇଣ୍ଟର ମିଆମିରୁ ପଦାର୍ପଣ କରିଛନ୍ତି। ଏଥିରେ ସେ ପଦାର୍ପଣ ଚମକ ଛାଡ଼ିଛନ୍ତି। ତାଙ୍କ ଚମକରେ ମିଆମି ଶୁକ୍ରବାର ଲିଗ୍ସ କପ୍ରେ ମେକ୍ସିକୋ କ୍ଲବ୍ କ୍ରୁଜ ଆଜୁଲକୁ ୨-୧ ଗୋଲ୍ରେ ପରାସ୍ତ କରିଛି। ମ୍ୟାଚ୍ ଅମୀମାଂସିତ ଆଡ଼କୁ ଯାଉଥିଲା ବେଳେ ଇନ୍ଜୁରି ସମୟରେ ମେସି (୯୦+୪ ମିନିଟ୍) ଏକ ଫ୍ରି କିକ୍କୁ ଚମତ୍କାର ଢଙ୍ଗରେ ଗୋଲ୍ରେ ପରିଣତ କରି ଦଳକୁ ବିଜୟ ଭେଟି ଦେଇଥିଲେ। ୪୪ତମ ମିନିଟ୍ରେ ରବର୍ଟ ଟେଲରଙ୍କ ଗୋଲ୍ରେ ମିଆମି ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ହେଲେ ୬୫ତମ ମିନିଟ୍ରେ କ୍ରୁଜ ଆଜୁଲର ୟୁରୁଏଲ ଆଣ୍ଟୁନା ଏହି ଗୋଲ୍ଟି ଶୁଝି ସ୍ଥିତି ସମାନ କରିଥିଲେ। ମେସିଙ୍କ ଏହି ପଦାର୍ପଣ ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମରେ ଇଂଲଣ୍ଡର ପୂର୍ବତନ ଫୁଟବଲ୍ ତାରକା ତଥା କ୍ଲବ୍ର ସହମାଲିକ ଡେଭିଡ୍ ବେକହାମ ଏବଂ ଆମେରିକା ଟେନିସ କିଂବଦନ୍ତି ସେରେନା ୱିଲିୟମ୍ସ ଉପସ୍ଥିତ ରହି ଉତ୍ସାହିତ କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp