ସେଲ୍ଟା : ନୂଆ ଲା ଲିଗା ଋତୁରେ ଲିଓନେଲ୍ ମେସିଙ୍କ ଚମକ ଦେଖିବାକୁ ମିଳିଛି। ଗୁରୁବାର ସେଲ୍ଟା ଭିଗୋ ବିପକ୍ଷରେ ବ୍ୟକ୍ତିଗତ ଭାବେ ଗୋଲ୍ ଦେଇନଥିଲେ ମଧ୍ୟ ତାଙ୍କ ପ୍ରେରଣା ଓ ଉତ୍ସାହ ସାଥୀ ଖେଳାଳିଙ୍କୁ ଗୋଲ୍ କରିବାରେ ସହାତା କରିଥିଲା। ବିପକ୍ଷ ଦଳର ତଥା ପୂର୍ବତନ ବାର୍ସିଲୋନା ଖେଳାଳି ଡେନିସ୍ ସୁଆରେଜ୍ଙ୍କ ମୁହଁକୁ ଆଘାତ କରି ଡିଫେଣ୍ଡର କ୍ଲେମେଣ୍ଟ ଲେଙ୍ଗ୍ଲେଟ୍ଙ୍କୁ ସଅଳ ରେଡ୍ କାର୍ଡ ମିଳିବା ସତ୍ତ୍ବେ ମେସି ଓ ସାଥୀ ଅଂଶୁ ଫତିଙ୍କ ଆକର୍ଷଣୀୟ ପ୍ରଦର୍ଶନ ବଳରେ ବାର୍ସିଲୋନା ଦଳ ୩-୦ ଗୋଲ୍ରେ ସେଲ୍ଟା ଭିଗୋକୁ ପରାସ୍ତ କରିଦେଇଛି। ଗୁରୁବାର ଏହି ବିଜୟ ସହିତ ବାର୍ସିଲୋନା ମଧ୍ୟ ୨ ମ୍ୟାଚ୍ରୁ ୨ ବିଜୟ ପାଇଯାଇଛି। ଏହା ପୂର୍ବରୁ ରବିବାର ନିଜର ପ୍ରଥମ ମ୍ୟାଚ୍ରେ ବାର୍ସିଲୋନା ୪-୦ ଗୋଲ୍ରେ ଭିଲାରିଅଲ୍କୁ ପରାସ୍ତ କରିଥିଲା।
ଯୁବ ତାରକା ଫତି ୧୧ ମିନିଟ୍ରେ ପ୍ରଥମ ଗୋଲ୍ କରି ବାର୍ସିଲୋନାକୁ ଆଗୁଆ ରଖିଥିଲେ। ସେ ମଧ୍ୟ ରବିବାର ମ୍ୟାଚ୍ରେ ୨ ଗୋଲ୍ ଦେଇଥିଲେ। ଏହାପରେ ମେସିଙ୍କ ଏକ ଜୋର୍ଦାର ସଟ୍କୁ ଅଟକାଇବାକୁ ଯାଇ କ୍ଲେମେଣ୍ଟ ଦଳର ଲୁକାସ୍ ଓଲାଜା ଆତ୍ମଘାତୀ ଗୋଲ୍ କରିଦେଇଥିଲେ। ଏହାପରେ ମେସିଙ୍କ ଏକ ସର୍ଟକୁ ପ୍ରତିପକ୍ଷ ଗୋଲ୍ରକ୍ଷକ ବଞ୍ଚାଇ ଦେଇଥିଲେ ମଧ୍ୟ ସର୍ଗି ରବର୍ଟୋ ବାର୍ସିଲୋନା ପାଇଁ ତୃତୀୟ ଗୋଲ୍ କରିଥିଲେ।