ନୂଆଦିଲ୍ଲୀ: ଆର୍ଜେଣ୍ଟିନାର ବିଶ୍ବକପ୍ ବିଜେତା ଅଧିନାୟକ ଲିଓନେଲ ମେସି ଭାରତରେ ଖେଳୁଥିବାର ଦେଖିବାକୁ ମିଳିବେ। ପ୍ରାୟ ୧୪ ବର୍ଷ ପରେ ଭାରତ ଗସ୍ତରେ ଆସି ମେସି ଅକ୍ଟୋବର ୧୪ରେ କେରଳରେ ଏକ ପ୍ରଦର୍ଶନୀ ମ୍ୟାଚ୍ ଖେଳିବାର ସୂଚୀ ପ୍ରସ୍ତୁତ ହୋଇଛି। ଗତବର୍ଷ ନଭେମ୍ବରରେ କେରଳ କ୍ରୀଡ଼ାମନ୍ତ୍ରୀ ଭି ଅବ୍ଦୁରାହିମାନ ଘୋଷଣା କରିଥିଲେ ଯେ ଆର୍ଜେଣ୍ଟିନା ଏହି ଦକ୍ଷିଣ ରାଜ୍ୟ ଗସ୍ତ କରି କୋଚିରେ ୨ଟି ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍ ଖେଳିବ। ଭାରତରେ ଫୁଟ୍ବଲ୍ ବିକାଶ ଲାଗି ଏଚ୍ଏସ୍ବିସି ଇଣ୍ଡିଆ ବୁଧବାର ଆର୍ଜେଣ୍ଟିନା ଦଳ ସହ ଭାଗୀଦାରିର ଚୁକ୍ତି କରିଛି। ଏହି ଅବସରରେ ଏଚ୍ଏସ୍ବିସି ଇଣ୍ଡିଆ ମ୍ୟାଚ୍ ଅକ୍ଟୋବରରେ ହେବ ବୋଲି ମଧ୍ୟ ଘୋଷଣା କରିଛି। ଏହି ସହଭାଗିତା ଅନୁଯାୟୀ ଆର୍ଜେଣ୍ଟିନା ଜାତୀୟ ଫୁଟ୍ବଲ୍ ଦଳ ସହ କିଂବଦନ୍ତି ଖେଳାଳି ଲିଓନେଲ ମେସି ଭାରତ ଗସ୍ତରେ ଆସି ଅକ୍ଟୋବରରେ ଅନ୍ତର୍ଜାତୀୟ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍ ଖେଳିବେ ବୋଲି ଏଚ୍ଏସ୍ବିସି ଇଣ୍ଡିଆ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି। ଆର୍ଜେଣ୍ଟିନା ଫୁଟ୍ବଲ୍ ସଂଘ (ଏଏଫ୍ଏ) ଓ ଏଚ୍ଏସ୍ବିସି ବୁଧବାର ଭାରତ ଓ ସିଙ୍ଗାପୁର ପାଇଁ ଗୋଟିଏ ବର୍ଷ ସକାଶେ ଚୁକ୍ତି କରିଛନ୍ତି। ୨୦୧୧ ସେପ୍ଟେମ୍ବରରେ ମେସି ପ୍ରଥମ ଥର ଲାଗି ଭାରତ ଗସ୍ତରେ ଆସି କୋଲ୍କାତାରେ ଭେନ୍ଜୁଏଲା ବିପକ୍ଷରେ ବିଶ୍ବକପ୍ ଯୋଗ୍ୟତା ରାଉଣ୍ଡ ମ୍ୟାଚ୍ ଖେଳିଥିଲେ। ସଲ୍ଟଲେକ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍କୁ ଅର୍ଜେଣ୍ଟିନା ୧-୦ ଗୋଲ୍ରେ ଜିତିଥିଲା।
ଭାରତରେ ଖେଳିବେ ମେସି
ଆର୍ଜେଣ୍ଟିନାର ବିଶ୍ବକପ୍ ବିଜେତା ଅଧିନାୟକ ଲିଓନେଲ ମେସି ଭାରତରେ ଖେଳୁଥିବାର ଦେଖିବାକୁ ମିଳିବେ। ପ୍ରାୟ ୧୪ ବର୍ଷ ପରେ ଭାରତ ଗସ୍ତରେ ଆସି ମେସି ଅକ୍ଟୋବର ୧୪ରେ କେରଳରେ ଏକ ପ୍ରଦର୍ଶନୀ ମ୍ୟାଚ୍ ଖେଳିବାର ସୂଚୀ ପ୍ରସ୍ତୁତ ହୋଇଛି।
/sambad/media/post_attachments/wp-content/uploads/2018/06/leonel-messi.bmp)