ନ୍ୟୁୟର୍କ: ବାର୍ସିଲୋନା ଏବଂ ଆର୍ଜେଣ୍ଟିନା ଷ୍ଟ୍ରାଇକର ଲିଓନେଲ୍ ମେସି ବିଶ୍ବର ସର୍ବାଧିକ ଆୟକାରୀ ଆଥ୍ଲେଟ୍ ହୋଇଛନ୍ତି। ଏକ୍ଷେତ୍ରରେ ସେ ୫ ଥର ମୁଷ୍ଟିଯୁଦ୍ଧ ବିଶ୍ବ ବିଜେତା ଫ୍ଲୋୟଡ୍ ମେୱେଦରଙ୍କୁ ପଛକୁ ଠେଲି ଦେଇଛନ୍ତି। ବିଜିନେସ୍ ମାଗାଜିନ୍ ଫୋର୍ବସ୍ ଦ୍ବାରା ମଙ୍ଗଳବାର ପ୍ରକାଶିତ ଶ୍ରେଷ୍ଠ ୧୦୦ ସର୍ବାଧିକ ଆୟକାରୀଙ୍କ ବାର୍ଷିକ ତାଲିକାରୁ ଏହା ସ୍ପଷ୍ଟ ହୋଇଛି। ତାଲିକାର ଶୀର୍ଷ-୧୦ ମଧ୍ୟରେ ଫୁଟ୍ବଲ୍ ତାରକାଙ୍କ ରାଜୁତି ଦେଖିବାକୁ ମିଳିଛି। ତାଲିକାର ଶୀର୍ଷ ସ୍ଥାନକୁ ଲମ୍ଫ ମାରିଥିବା ଫୁଟ୍ବଲ୍ ତାରକା ମେସିଙ୍କ ଆୟ (ଦରମା ଓ ବିଜ୍ଞାପନ) ୧୨୭ ମିଲିୟନ୍ ଡଲାର ରହିଥିଲା ବେଳେ ତାଙ୍କ ପଛକୁ ଅନ୍ୟତମ ଫୁଟ୍ବଲ୍ ତାରକା ତଥା ଜୁଭେଣ୍ଟସ୍ ଫରୱାର୍ଡ କ୍ରିଷ୍ଟିଆନୋ ରୋନାଲ୍ଡୋ (୧୦୯ ମିଲିଅନ୍ ଡଲାର) ଦ୍ବିତୀୟରେ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପ୍ୟାରିସ୍ ସେଣ୍ଟ ଜର୍ମେନ୍ ଫରୱାର୍ଡ ନେମାର (୧୦୫ ମିଲିଅନ୍), ମେକ୍ସିକୋ ମୁଷ୍ଟିଯୋଦ୍ଧା କାନେଲୋ ଅଲ୍ଭରେଜ୍ (୯୪ ମିଲିଅନ୍), ସ୍ବିଜରଲାଣ୍ଡ୍ ଟେନିସ୍ ତାରକା ରୋଜର ଫେଡେରର୍ (୯୩.୪ ମିଲିଅନ୍), ଦୁଇ ଆମେରେକୀୟ ଫୁଟ୍ବଲ୍ର ରସେଲ୍ ୱିଲ୍ସନ୍ (୮୯.୫ ମିଲିଅନ୍) ଓ ଆରୋନ୍ ରୋଜର୍ସ (୮୯.୩ ମିଲିଅନ୍), ତିନି ବାସ୍କେଟ୍ବଲ୍ ତାରକା ଲିବ୍ରନ୍ ଜେମ୍ସ (୮୯ ମିଲିଅନ୍), ଷ୍ଟିଫେନ୍ କୁରି (୭୯.୮ ମିଲିଅନ୍) ଓ କେଭିନ୍ ଡୁରାଣ୍ଟ୍ (୬୫.୪ ମିଲିଅନ୍) ଯଥାକ୍ରମେ ଶୀର୍ଷ-୧୦ ମଧ୍ୟରେ ସ୍ଥାନ ଅକ୍ତିଆର କରିଛନ୍ତି।
।ଶୀର୍ଷ ୧୦୦ରେ କୋହଲି ଏକମାତ୍ର କ୍ରିକେଟର୍
ଫୋର୍ବସ୍ ମାଗାଜିନ୍ର ସଦ୍ୟ ପ୍ରକାଶିତ ସର୍ବୋଚ୍ଚ ଆୟକାରୀ ଆଥ୍ଲେଟ୍ଙ୍କ ଶ୍ରେଷ୍ଠ ୧୦୦ ଜଣିଆ ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକମାତ୍ର କ୍ରିକେଟର୍ ଭାବେ ସ୍ଥାନ ପାଇଛନ୍ତି। ଅବଶ୍ୟ ଗତବର୍ଷ ତୁଳନାରେ ତାଙ୍କ ଆୟ ଖସିଯାଇଛି। ଗତବର୍ଷ ତାଙ୍କ ଆୟ ୨୫ ମିଲିଅନ୍ ଡଲାର ଥିଲା ବେଳେ ଏଥର ଏହା ୪ ମିଲିୟନ୍ ହ୍ରାସ ଘଟି ୨୧ ମିଲିଅନ୍ରେ ପହଞ୍ଚିଛି। ଯାହା ଫଳରେ କୋହଲି ୧୦୦ ଜଣିଆ ତାଲିକାର ଶେଷ ସ୍ଥାନରେ ରହିଛନ୍ତି।
ମେସି ସର୍ବାଧିକ ଆୟକାରୀ ଆଥ୍ଲେଟ୍
/sambad/media/post_attachments/wp-content/uploads/2019/06/Lionel-Messi-127m-Football.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)