ପ୍ୟାରିସ୍‌: ଫିଫା ବିଶ୍ବକପ୍‌ ଜିତିବା ପରେ ଆର୍ଜେଣ୍ଟିନା ତାରକା ଲିଓନେଲ୍‌ ମେସି ତାଙ୍କ କ୍ଲବ୍‌ ପ୍ୟାରିସ୍‌ ସେଣ୍ଟ ଜର୍ମେନ୍‌ (ପିଏସ୍‌ଜି)କୁ ଫେରିଛନ୍ତି। ଶୁକ୍ରବାର କୋପ୍‌ ଡି ଫ୍ରାନ୍ସର ଏକ ମ୍ୟାଚ୍‌ରେ ପିଏଚ୍‌ଜି ଓ ଚାତ୍ୟୁରକ୍ସ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍‌ରେ ମେସି ଖେଳିବେ। ତେବେ କ୍ଲବ୍‌ରେ ପହଞ୍ଚିବା ପରେ‌ ମେସିଙ୍କୁ ଅନ୍ୟ ଖେଳାଳି ଓ ସଦସ୍ୟମାନଙ୍କ ଦ୍ବାରା ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା। ପରେ ପିଏସ୍‌ଜିର ଉପଦେଷ୍ଠା ଲୁଇସ୍‌ କାମ୍ପୋସ୍‌ ତାଙ୍କୁ ଏକ ସ୍ମାରକୀ ଉପହାର ଦେଇଥିଲେ। ମେସିଙ୍କ ସହିତ ତାଙ୍କ ପତ୍ନୀ ଆଣ୍ଟୋନେଲା ଓ ପିଲାମାନେ ପ୍ୟାରିସ୍‌ରେ ପହଞ୍ଚିଛନ୍ତି। ଶୁକ୍ରବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଫ୍ରାନ୍ସର ହ୍ୟାଟ୍ରିକ୍‌ ଗୋଲ୍‌ ସ୍କୋରର କିଲିଆନ୍‌ ଏମ୍‌ବାପେ ମଧ୍ୟ ପିଏଚ୍‌ଜି ପାଇଁ ମେସିଙ୍କ ସହିତ ଖେଳୁଥିବା ଦେଖିବାକୁ ମିଳିବ।