ନୂଆଦିଲ୍ଲୀ: ଆର୍ଜେଣ୍ଟିନା ଫୁଟ୍ବଲ୍ ତାରକା ଲିଓନେଲ ମେସି ମେଜର ଲିଗ୍ ସକର ଦଳ ଡେଭିଡ ବେକହାମଙ୍କ ସହ ମାଲିକାନାରେ ଥିବା ଇଣ୍ଟର ମିଆମିରେ ଯୋଗ ଦେଇପାରନ୍ତି। ୩୫ ବର୍ଷୀୟ ପ୍ୟାରିସ ସେଣ୍ଟ ଜର୍ମେନ (ପିଏସ୍ଜି) ଫରୱାର୍ଡ ନିଜର ପୂର୍ବ କ୍ଲବ୍ ବାର୍ସିଲୋନା ଏବଂ ସାଉଦି ଆରବୀୟ କ୍ଲବ୍ ବଦଳରେ ଆମେରିକୀୟ କ୍ଲବ୍ ସହ ଚୁକ୍ତି କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨ ଋତୁ ହେବ ମେସି ପିଏସ୍ଜିରେ ଖେଳୁଛନ୍ତି। ଶନିବାର ସେ ଏହି କ୍ଲବ୍ ପକ୍ଷରୁ ଶେଷ ମ୍ୟାଚ୍ ଖେଳିବେ। ୨୦୨୧ରେ ବାର୍ସିଲୋନା ଛାଡ଼ିବା ପରେ ଏହି କ୍ଲବ୍ରେ ଯୋଗ ଦେଇଥିଲେ। ‘‘ମୁଁ ନିଷ୍ପତ୍ତି ନେଇ ମିଆମି ଯିବି। କିନ୍ତୁ ୧୦୦ ପ୍ରତିଶତ ନିଶ୍ଚିତ ହୋଇନି। କିଛି ବି ବଦଳିପାରେ। କିନ୍ତୁ ନିଷ୍ପତ୍ତି ନେଇ ଏହି ରାସ୍ତାରେ ଯିବି’’ ବୋଲି ମେସି କହିଛନ୍ତି।
ଇଣ୍ଟର ମିଆମିରେ ଯୋଗଦେବେ ମେସି!
/sambad/media/post_attachments/wp-content/uploads/2020/06/messi-1.jpg)